ସମ୍ବିଧାନ

 ସମ୍ବିଧାନ


ପୃଥିବୀ ଥିଲା ଜଳରେ | 

    ନିରବ ଅନ୍ଧକାର,

କଣ ହେଲା ପରେ ତାହା |

   ଜୀବନର ଆବିର୍ଭାବ l୧l 


ଆଗକୁ ହେବ କଣ ଭାଇ | 

  ନୀତିରେ ନୂଆ ପ୍ରଭାତ,

ଇତିହାସ କହେ ସତ୍ୟ | 

   ଭୌଗୋଳିକ ଆଧାର l୨l 


ଏକକୋଷୀ ସୂକ୍ଷ୍ମ ଜୀବ | 

  ଜେଲିରେ ମୃଦୁ ଗତି,

ବହୁକୋଷୀ ବିକାଶ ହେଲା | 

   ଜୈବ ବିବର୍ତ୍ତନର ଯାତ୍ରୀ l୩l 


ପାଞ୍ଜିଆ ଏକ ଭୂମି | 

 ଏକତାର ପ୍ରଥମ ଗୀତ,

ଭୂଚଳନେ ସପ୍ତ ସାଗର |

  ସୃଷ୍ଟି ସପ୍ତ ମହାଦେଶ l୪l 


ମଣିଷ ସାମାଜିକ ପ୍ରାଣୀ |

  ସଂଘେ ତାହାର ଶକ୍ତି,

କେତେକ ମିଶି ପରିବାର | 

  ସ୍ନେହରେ ଘର କରି l୫l 


ପଡ଼ିଶା ହୁଏ ଗ୍ରାମ | 

ଗ୍ରାମେ ପଞ୍ଚାୟତ,

ସମିତି–ଗୋଷ୍ଠୀ ମିଶି |

 ଜିଲ୍ଲା–ରାଜ୍ୟ ଗଠିତ l୬l 


ରାଜ୍ୟ ମିଶି ଦେଶ | 

 ଦେଶେ ମହାଦେଶ,

ସପ୍ତ ମହାଦେଶ ମିଶି |

   ବିଶ୍ୱ ହୁଏ ବିରାଟ l୬l 


ଭାରତ ଦେବୋଭୂମି |

   ଧର୍ମ–ତପର ଧାରା,

ନ୍ୟାୟ–ସତ୍ୟ–ଶାନ୍ତି |

   ଏଠିରେ ଜୀବନ୍ତ l୮l 


ସମ୍ ଅର୍ଥ ସମତା |

   ସମ୍ପୂର୍ଣ୍ଣତାର ଭାବ,

ଅଭିଧାନ ବିଧି–କୋଷ ଲ

   ନୀତିର ଶବ୍ଦ ଧାରା l୯l 


ସମ୍ବିଧାନ ତେଣୁ ହେଉ |

   ସମତାର ବିଧାନ,

ସବୁଙ୍କର ଅଧିକାର | 

  ସତ୍ୟ ସୁରକ୍ଷା ଆଧାର l୧୦l 


ସଂଖ୍ୟା ଲଘୁ–ବହୁ | 

ସମାନ ନ୍ୟାୟ ପାଉ,

ଭେଦ ନୁହେଁ ବିଭାଜନ |

   ଏକତାର ପଥ ହେଉ l୧୧l 


ଭୀମ ରାଓଙ୍କ ତପ–ତ୍ୟାଗ | 

  ଦୀପଶିଖା ସଦା,

ଫଣା ଟେକି ବାସୁକି ପରି | 

  ରକ୍ଷେ ଧର୍ମ,ନୀତି ସଦା l୧୨l 


ପୃଥିବୀ ଥିଲା ପ୍ରଶ୍ନ | 

 ହେଲା ଜୀବନ ଗୀତ,

ଆଗକୁ ହେବ ଶୁଭ | 

 ଯଦି ମାନିବା ନୀତି ଆଦର୍ଶ l୧୩l 


ସମତା–ଭାଇଚାରା | 

  ଯେଉଁଠି ହୁଏ ପ୍ରାଣ,

ସେଠି ଜୀବନ୍ତ ରହେ |

  ଆମର ଏ' ସମ୍ବିଧାନ l୧୪l 

        🦋 -: ଇତି:-🦋

ଅଧମ ଅବୋଧ ନୀଲେଶ କୁମାର 

ଜିଲ୍ଲା ବଲାଙ୍ଗିର ତୁଷୁରା ସହର

Post a Comment

Previous Post Next Post