꧁𓆩*𓆪 *ମାଟିର ମଣିଷ କୃଷକ* 𓆩*𓆪꧂
ରଚକ:-ଅଧମ ଭାବୁକ ନିଲେଶ
ମାଟି ଦେହେ ବ୍ରହ୍ମ ବସେ ।
ନିର୍ଜୀବେ ମଧ୍ୟ ଜୀବ ରସେ ।
ମଣ୍ଡୁକ ଶାସ୍ତ୍ର ଏହି କଥା ।
ଏକ ତତ୍ତ୍ୱେ ଭାବେ ସବୁଥା ।।
ଜୀବ ନିର୍ଜୀବ ଭେଦ ନାହିଁ ।
ଯେ ଜାଣେ,ହୁଏ ସେ' ଜ୍ଞାନୀ ।
କୃଷକ କର୍ମେ ଦେଖାଏ ।
ସେ' ହୁଏ ତପସ୍ୟା ମୂର୍ତ୍ତି ।।
ଧରିତ୍ରୀ ମାଆ ନୀଳ ଶକ୍ତି ।
କୃଷକ ତାହାର ପ୍ରାଣରେ ।
ନିଜେ ନ ଖାଇ ଦେଉଛି ।
ଜଗତେ ପୋଷେ ଅନ୍ନରେ ।।
ରକ୍ତ ସ୍ଵେଦ ହୋଇ ବୁହାଏ ।
ଶୀତ ଉଷ୍ଣ ବର୍ଷା ସହେ ।
ନିଜେ ଭୁଖା ରହି ଯାଏ ।
ପ୍ରାଣୀ ଉଦର ସେ ଭରେ ।।
ନିଜେ ନ ପିନ୍ଧି ସଜାଏ ।
ଧରାକୁ ସବୁଜ କରେ ।
ସ୍ଵର୍ଗ ଆଣେ ମର୍ତ୍ତ୍ୟ ତଲେ ।
କର୍ମ ଦ୍ୱାରା ସେ' ଜିତେ ।।
ମନ୍ତ୍ରୀ, ଯନ୍ତ୍ରୀ, ତନ୍ତ୍ରୀ କେବେ
ଅନ୍ନ ଜନ୍ମାଇ ପାରେ କେ ?
ଏକ କଣା ଜନ୍ମ ଦିଏ ।
କେବଳ କୃଷକ ହସ୍ତେ ।।
ବାମ ଡାହାଣ ଛାଡ଼ି ସେ ।
ପ୍ରକୃତି ନୀତି ଧରେ ସେ ।
ପଶ୍ଚିମ ପୂର୍ବ ଗତି ମାନେ ।
ଧରା ଯେପରି ଚାଲେ ।।
ତିଲସ ଠୁଁ ଧାନ ଗହମ ।
ଆଖୁ ଫଳେ ଶ୍ରମ ଧର୍ମ ।
କର୍ମ ଯଜ୍ଞର ଫଳ ଏହି ।
ପ୍ରଥମେ ଏହି ଜୀବନ ଧର୍ମ ।।
ମାଟି ତଳେ ସ୍ଵର୍ଣ୍ଣ ଫୁଟେ ।
ଚାଷମୂଲିଆ ହାତେ ଗଢ଼େ ।
ନୀଳ ଆକାଶ ସାକ୍ଷୀ ହୋଇ ।
ସୃଷ୍ଟି ତା’କୁ ଭଲ ପାଏ ।।
ଶାସ୍ତ୍ର ଅସ୍ତ୍ର ହାରି ଯାଏ ।
କର୍ମ ସେଠି ଜୟ କରେ ।
ନୀରବ ତପ କୃଷକର ।
ବ୍ରହ୍ମ ତାହାରେ ବସେ ।।
ଉପନିଷଦ କହେ ସତ୍ୟ ।
ଅୟମାତ୍ମା ବ୍ରହ୍ମ ନିତ୍ୟ ।
ସେ କୃଷକ କର୍ମ ମଧ୍ୟରେ ।
ଏହି ତତ୍ତ୍ୱ ଜ୍ଵଳେ ନିତ୍ୟ ।।
ଜୀବ ନିର୍ଜୀବ ମାଟି ମଣିଷ ।
ସବୁଠି ବ୍ରହ୍ମ ଏକ ରୂପ ।
ଅହଂକାର ଧର୍ମ ନୁହେଁ ।
କର୍ମ ହିଁ ଈଶ୍ୱର ସ୍ୱରୂପ ।।
କର୍ମେ ଯେ ଜଗତ ପୋଷେ ।
ଭୁଖାକୁ ଆହାର ଦିଏ ।
ସେଇ ସତ୍ୟ ବ୍ରାହ୍ମଣ ।
ସେ କୃଷକ,କୃଷ୍ଣ ଦର୍ଶନ ।।
ସେ' କୃଷ୍ଣ,ସେ' ରାମ ଦର୍ଶନ,
ମାଟିରେ ସେଇ ବ୍ରହ୍ମ ଦୀପ,
ଭାଷିଲେ ଏ ତତ୍ତ୍ୱବାଣୀ
ଅଧମ ଭାବୁକ ନିଲେଶ ll
