ଷୋହଳ ପ୍ରହାର ନାମଯଜ୍ଞ ସମ୍ପନ୍ନ
କଳାହାଣ୍ଡି -(ମୋର ଖବର )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ସ୍ଥିତ ଡେଙ୍ଗାଗୁଡ଼ା ଠାରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇଛି।ମଙ୍ଗଳାବର ଅପରାହ୍ନରେ ଗ୍ରାମ ର ଆବାଳ ବୃଦ୍ଧବନିତା ବିଶାଳ କଳଶ ଯାତ୍ରାରେ ବାହାରିଥିଲେ।ଶଙ୍ଖ ଘଣ୍ଟ ହୁଳହୁଳି ଶବ୍ଦରେ ରାମ ନାମ ସଙ୍କୀର୍ତ୍ତନ ସହ ଶୁଭ କଳସ ପାଣି ଆଣି ଯଜ୍ଞ ମୁଣ୍ଡପରେ ସ୍ଥାପନ କରାଯାଇଥିଲା। ବୁଧବାର ସକାଳ ୬.୩୦ ରୁ ରାମ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଥିଲା। ହରି ନାମ ମଧୂର ସଙ୍କୀର୍ତ୍ତନ ରେ ଅଞ୍ଚଳ ପ୍ରକମ୍ପିତ ହୋଇ ଏକ ଭକ୍ତିମୟ ବାତାବରଣ ସୃଷ୍ଟି ହେଉଛି। ନାମ ଯଜ୍ଞରେ କର୍ତ୍ତା ଭାବରେ ସୋମେଶ ନାଏକ ସପତ୍ନି ଚିନ୍ମୟୀ ନାଏକ ଏବଂ ରାଜେଶ ଅଗ୍ରୱାଲ ସପତ୍ନୀ ରେଖା ଅଗ୍ରୱାଲ ରହିଥିବା ବେଳେ ଯଜ୍ଞ ପୂଜକ ଭାବେ ଶ୍ରୀଯୁକ୍ତ ଉମାଶଙ୍କର ଦାସ ଏବଂ ଶ୍ରୀ ଯୁକ୍ତ ଦୁଲଭ ଦାସ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଅଖଣ୍ଡ ନାମ ଯଜ୍ଞ କମିଟି ର ସଭାପତି ରୋହିତ କୁମାର୍ ଅଗ୍ରୱାଲ, ଉପ ସଭାପତି ରାମସିଂ ମାଝୀ, ସମ୍ପାଦକ ମକରନ୍ଦ ବାଗ, ସହ ସମ୍ପାଦକ ଆଶିଷ କୁମାର ମହାନ୍ତି, କୋଷାଧ୍ୟକ୍ଷ ନୀଳାମ୍ବର ନାଏକ ତଥା ସମସ୍ତ ଗ୍ରାମବାସୀ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହିତ ମହାଆଡମ୍ବର ସହକାରେ ଷୋହଳ ପ୍ରହର ନାମଯଜ୍ଞ ସମାପନ ହେଇଯାଇଛି।ଶୁକ୍ରବାର ସକାଳେ ଦହିହାଣ୍ଡି ଭଗ୍ନ , ନଗର ଭ୍ରମଣ ସହ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଅର୍ଣ୍ଣ ଭୋଗର ବ୍ୟବସ୍ଥା କରାଯାଇଥିବା ପୂଜା କମିଟି ପକ୍ଷରୁ ସୂଚନା ରହିଛି।
Comments
Post a Comment