ସହିଦ ବୀର ଲକ୍ଷ୍ମଣ ନାୟକ

 ସହିଦ ବୀର ଲକ୍ଷ୍ମଣ ନାୟକ




✒️ କଲମ ଶିଳ୍ପୀ ନୀଲେଶ କୁମାର 

ବାଣୀ କ୍ଷେତ୍ର ଭୁବନେଶ୍ୱର 

କିଟ୍ ଏବଂ କିସ୍ ବିଶ୍ଵ ବିଦ୍ୟାଳୟ 


ମାଲକାନଗିରି କୋଲାବ କୂଳ

ତେନ୍ତୁଳିଗୁମ୍ମା ସେ ଗ୍ରାମ,

ଅଠରଶ ନବେମ୍ବର ମାସେ

ବାଇଶି ଦିନେ ହେଲ ଜନ୍ମ ll 


ପିତା ପଦଲାମ, ମାତା ସମାରି

ସନ୍ତାନ ଥିଲ ଲକ୍ଷ୍ମଣ,

ଜନଜାତି ଅଞ୍ଚଳ ଉନ୍ନତିରେ

ଥିଲା ତବ ଯୋଗଦାନ ll 


ମୁସ୍ତାଦାର ଭାବେ ଗ୍ରାମେ ଗ୍ରାମେ

ଉନ୍ନୟନ କାମ କରି,

ଆଦିବାସୀ ଜନତା ହୃଦୟେ

ବିଶ୍ୱାସ ଦେଲ ଭରି ll 


ଜନମ ଭୂମି ସ୍ୱାଧୀନତା ପାଇଁ

ତୁମ ଦୁର୍ବାର ସଂଗ୍ରାମ,

ଅହିଂସା ମାର୍ଗେ ବ୍ରିଟିଶ ବିରୋଧେ

କଲ ଜନଜାଗରଣ ll 


ଶାସକ ମନମୁଖୀ ଆଦେଶକୁ

ବିରୋଧ କରିବା ପାଇଁ,

ଫିରିଙ୍ଗୀ ଆଖିରେ ଦୋଷୀ ହେଲ

ସଜା ଖୋଜିଲେ ତାହିଁ ll 


ଥିଲ ନିର୍ଭୀକ ସାହସୀ ବୀର

ସ୍ୱାଭିମାନର ପରିଚୟ,

ଗାନ୍ଧୀ ଆଦର୍ଶ ଅନୁସରି

ସଂଗ୍ରାମ ହେଲ ନିର୍ଭୟ ll 


ମିଛ ମାମଲାରେ ଫସାଇ ତୁମେ

ଜେଲରେ ରଖିଲେ ନେଇ,

ହତ୍ୟା ଅଭିଯୋଗ ଲାଗାଇ

ଫାଶୀ ଦଣ୍ଡ ଦେଲେ ସେହି ll 


ଉଣେଇଶ ତେୟାଳିଶି ମାର୍ଚ୍ଚ

ଅଣତିରିଶ ତାରିଖ ଦିନ,

ଫାଶୀ ଖୁଣ୍ଟେ ଚଢ଼ାଇ ତୁମକୁ 

ନିଃଶେଷ କଲେ ଜୀବନ ll 


ସୂର୍ଯ୍ୟ ଚନ୍ଦ୍ର ସତ୍ୟ ସାକ୍ଷୀ

ଦେଶ ପାଇଲା ସ୍ୱାଧୀନତା,

ହେଲେ ଏବେ ସୁଦ୍ଧା ହଟିନାହିଁ

ଶୋଷଣର ବିଭୀଷିକା ll 


ଏବେବି ପିଠିରେ କଣା ପଡ଼ି

ପେଟ ପାଇଁ ଦାନା ଖୋଜେ,

ମାଟିର ପୁଅ ସଂଗ୍ରାମ କରେ

ସ୍ୱାଭିମାନ ହାରି ଯାଏ ll 


ମାଟି ମାଆ ଏବେବି ଝୁରେ

ତୁମର ବଳିଦାନକୁ,

ଆଉଥରେ ଜନ୍ମ ନିଅ ହେ ବୀର

ହସାଅ ଜନ୍ମଭୂମିକୁ ll 


     🦋 ଇତି 🦋

କଲମ ମୁନରେ ବାରୁଦ 

 ସଲାମ ଜଣାଉଛି ନିଲେଶ କୁମାର 

ଜିଲ୍ଲା ଅଟେ ବଲାଙ୍ଗିର ତୁଷୁରା ସହର

Comments