ଟିଟିଲାଗଡ, (ମୋର ଖବର ) : ସଇଁନ୍ତଲା ଅଞ୍ଚଳର ଦିବ୍ୟ ରଞ୍ଜନ ହରପାଲ କୌଣସି କାର୍ଯ୍ୟ ପାଇଁ ଟିଟିଲାଗଡ ଆସିଥିବା ବେଳେ ଆଇ ଲଭ୍ ଟିଟିଲାଗଡ ପାର୍କ ନିକଟରେ ଦୁଇଜଣ ଯୁବକ ଭୁଜାଲି ଦେଖାଇ ତାଙ୍କୁ ମାଡପିଟ କରି ତାଙ୍କ ଠାରୁ ନଗଦ ପାଞ୍ଚ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ଶ୍ରୀ ହରପାଲ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ପାଇବା ପରେ ସଙ୍ଗେସଙ୍ଗେ ଥାନାଧିକାରୀ ଶ୍ରୀ ମୁଣ୍ଡା ଘଟଣା ସ୍ଥଳକୁ ପୋଲିସ ପଠାଇ ତଦନ୍ତ ଆରମ୍ଭ କରିଥିଲେ । ତେବେ ୨୪ ଘଣ୍ଟା ନ ପୁରୁଣୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଜବତ କରାଯାଇଚି। ଏ ନେଇ ଟିଟିଲାଗଡ ଥାନାରେ କେସ୍ ନଂ ୧୦୬/ ଧାରା ୩୦୯(୪) ବିଏନ୍ଏସ୍ ଅନୁଯାୟୀ, ଅଭିଯୁକ୍ତ ସୁଭମ ନାଗ (୨୬) ଓ ସୁମନ ତାଣ୍ଡି (୨୨)କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ମନୋଜ କୁମାର ମୁଣ୍ଡା ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଭୁଜାଲି, ନଗଦ ୫୦୦୦/- ଟଙ୍କା ଓ ଗୋଟିଏ ଜିଓ ମୋବାଇଲ ଫୋନ୍ ଜବତ କରାଯାଇଛି । ଟିଟିଲାଗଡ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବା ପରେ ଅଭିଯୋଗକାରୀ ଟିଟିଲାଗଡ ପୋଲିସ ଅଧିକାରୀ ଶ୍ରୀ ମୁଣ୍ଡାଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।

Comments
Post a Comment