ବିଜ୍ଞାନ ଯୁଗେ ଏ" ନବ ଧରା
କଲମ ଶିଳ୍ପୀ — ଅଧମ ନିଲେଶ
ବିଜ୍ଞାନ ହେଁ ଉଦୟ ସୂର୍ଯ୍ୟ,
ଅନ୍ଧକୁ ଦିଏ ଜ୍ଞାନ ଜ୍ୱାଳା,
ଜୀବନର ଗାଁ ଜଙ୍ଗଲରେ,
ଦୀପ ସମେ ଦେଉଁଥାଏ ଥାରା ।
ଔଷଧ ହେଉଛି ନବ ତରଣୀ,
ରୋଗୀକୁ ନଦୀ ପାର କରେ,
ଦୁଃଖର ରାତି ମେଘ ସମୟେ,
ଚନ୍ଦ୍ର ସମେ ଶିତଳ କିରଣ ଝରେ ।
ପକ୍ଷୀ ପଖାର ଉପମା ନେଇ,
ଉଡାଜାହାଜ ଆକାଶ ଛୁଏଁ
ଦୂରକୁ ରଖି ନିକଟ ମନେ,
ସେତୁ ସମେ ପଥ ଗଢ଼ି ଦିଏ।
ଦୂରଭାଷ ଯୋଗେ ତାରାମଣି,
ହାତରେ ଦୁନିଆ ଆଣି ଧରା,
ବିଚ୍ଛିନ୍ନ ମନ ପଥ ଭିତରେ ସଦା,
ପଖା ସମେ ଯୋଡ଼େ ନିରନ୍ତରା ।
ବିଜ୍ଞାନ ହେଁ ଅଦୃଶ୍ୟ ଋଷି,
ଜୀବନକୁ ଦେଇ ଜ୍ଞାନ ଆଲୋକ,
ପଥରେ ପଡ଼ିଥିବା ଦୁଃଖକୁ ସେତ,
ବୃକ୍ଷ ସମେ ଦେଇ ଛାୟା ଲୋକ।

Comments
Post a Comment