🌿🌹ହେ ! ଅଚ୍ୟୁତ ସାମନ୍ତ🌹🌿
ଲେଖକ-ନିଲେଶ କୁମାର ଭୋଇ
କିଟ୍ ବିଶ୍ୱ ବିଦ୍ୟାଳୟ ପୁରାତନ ଛାତ୍ର (ବଲାଙ୍ଗୀର)
ଦୂରଭାଷ:-7684800301
କଳିଙ୍ଗ ମାଟିର ତୁମେ
ସୁଯୋଗ୍ଯ ସନ୍ତାନ
ବାଣ୍ଟୁଥାଅ ସ୍ନେହ,ଶ୍ରଦ୍ଧା
ଧରି ସ୍ବାଭିମାନ।
ତୁମ ସେବା ମନୋବୃତ୍ତି
ଦୁଃଖୀ,ଦରିଦ୍ରର
ଭବିଷ୍ଯତ ଗଢ଼ିତୋଳ
ନିଃସ୍ବ ଶିକ୍ଷାର୍ଥୀର ।
ଅ-ଶିକ୍ଷାରେ ଦରିଦ୍ରତା
ଶିକ୍ଷାରେ ଉନ୍ନତି
କୁହ ତୁମେ ମନେ ଆଣି
ମାତୃଭୂମି ପ୍ରୀତି।
କାଳିଆ ଠାକୁର ସେତ
ଜଗତ ସାଆନ୍ତ
'କିସ୍'ର ଅଧୀଶ୍ବର ହେ
ଅଚ୍ଯୁତ ସାମନ୍ତ।
'କିଟ୍' ରେ ପ୍ରକାଶେ ଦିଏ
ମେଧା-ସୂର୍ଯ୍ଯ ହସି
ଅଖ୍ଯାତରେ ଖ୍ଯାତ ତୁମ
ସୁଉଦ୍ଯମ ରାଶି ।
କଳିଙ୍ଗ ଦୂରଦର୍ଶନ
କରେ ମନତୋଷ
'କିମ୍ସ' ଆରୋଗ୍ଯେ ହୁଏ
ପୁନଃ ଜୀବନ୍ଯାସ।
କଲରା ବାଙ୍କର ତୁମେ
ସୁଯୋଗ୍ଯ ସନ୍ତାନ
କନ୍ଧମାଳେ ରାଜନେତା
ଜିଣ ଜନମନ।
'କ' ଅକ୍ଷରରେ ତୁମେ
କର୍ମ,ଧର୍ମ ସାଥେ
ପ୍ରେରଣାର ମହାଉତ୍ସ
ସାଧନର ପଥେ।
Comments
Post a Comment