🪔*ଭାଷା ସାହିତ୍ୟ ଭବିଷ୍ୟତ*📘
+++++++++++++++++
✒️ କଲମ ଶିଳ୍ପୀ ନୀଲେଶ କୁମାର
ବାଣୀ କ୍ଷେତ୍ର ଭୁବନେଶ୍ୱର
କିଟ୍ ଏବଂ କିସ୍ ବିଶ୍ଵ ବିଦ୍ୟାଳୟ
ଜ୍ଞାନ ଦର୍ଶନ ତପ ଚରିତ୍ର
ଭାଷା ଗୁଢ଼ ତତ୍ତ୍ୱ ଧାରା,
ଶବ୍ଦ ଅକ୍ଷର ଆତ୍ମ ପ୍ରକାଶ
ସୃଷ୍ଟି ଜଗତେ ଆଲୋକ ପରା ll
ଦ୍ୱିହଜାର ଚଉଦ ମାର୍ଚ୍ଚ ଦିନ
ଐତିହାସିକ ଗର୍ବ ଜାଗେ,
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ
ହୃଦୟ ଭିତରେ ଧ୍ୱନି ଲାଗେ ll
ପ୍ରତ୍ୟେକ ଭାଷା ଶାସ୍ତ୍ରୀୟ ତତ୍ତ୍ୱ
ଜ୍ଞାନ ଅମୃତ ଧାରା ବହେ,
ମଣିଷ ସମାଜ ଦର୍ପଣ ରୂପ
ସଂସ୍କୃତି ଆଲୋକ ଚିର ରହେ ll
ସମ୍ବଲପୁରୀ ଦେଶିଆ ଧ୍ୱନୀ
କୁଇ,କନ୍ଧ,ଗଣ୍ଡ ଗୀତ ଧାରା,
ସାନ୍ତାଳୀ ଭାଷା ପ୍ରକୃତି ସ୍ୱର
ଦେଶଜ ମହିମା ଚିର ସାରା ll
ଗୁଢ଼ ଅର୍ଥ ଅନନ୍ତ ସାଗର
ପ୍ରତ୍ୟେକ ଶବ୍ଦ ତତ୍ତ୍ୱ ଭରା,
ଚେତନା ଧ୍ୱନି ଶାଶ୍ୱତ ରୂପ
ଭାଷା ଜୀବନ ଦୀପ ଜ୍ୱଳା ll
ଲୁପ୍ତ ପଥେ ତାଳପୋଥି ଭାଷା
ଅସ୍ତିତ୍ୱ ପାଇଁ କରେ ଡାକ,
କବିତା ରଚନା ଗଳ୍ପ ଲେଖି
ବଞ୍ଚାଇବା ତାହାର ରୂପ ରେଖ ll
ଗଳ୍ପ ପ୍ରବନ୍ଧ ନବ ସୃଷ୍ଟି
ଭାଷାକୁ ଦିଅ ଜୀବନ ଧ୍ଵନୀ,
ହଜିଥିବା ଶବ୍ଦ ରକ୍ଷା କରି
ଲେଖ ନୂତନ ଯୁଗର କାହାଣୀ ll
ଭାଷା ବଞ୍ଚିଲେ ଜୀବନ ବଞ୍ଚେ
ପରମ୍ପରା ସଂସ୍କୃତି ରହେ,
ଅନୁଭୂତି ଧାରା ଚିରନ୍ତନ
ମଣିଷ ମୂଲ୍ୟ ତହିଁ ଲହେ ll
ଆଦିବାସୀ ଭାଷା ମହାନ୍ ଧନ
ପୁରାତନ ଜ୍ଞାନ ଧାରା ଧରେ,
ପ୍ରକୃତି ସହ ଜୀବନ ସମ୍ବନ୍ଧ
ତହିଁ ପଞ୍ଚ ତତ୍ତ୍ୱ ଗୁଢ଼ ରହେ ll
ଆସନ୍ତୁ ସବୁ ଆଗାମୀ ପାଇଁ
ଭାଷା ସାହିତ୍ୟ ରଚିବା ମାନ,
ଜ୍ଞାନ ଦର୍ଶନ ତପ ଚରିତ୍ର
ରଖିବା ଚିର ଅମର ଜ୍ଞାନ ll
ଏହି ଆହ୍ୱାନ ଆମର ଧର୍ମ
ଏହି ଜୀବନ ସତ୍ୟ ପଥ,
ଭାଷା ସାହିତ୍ୟ ଆତ୍ମା ଶ୍ୱାସ
ଏହି ଶୀର୍ଷକେ ସମାପ୍ତ ମତ ll
🦋 :- ଇତି -;🦋
✍️ ଅବୋଧ ନୀଲେଶ କୁମାର
ଜିଲ୍ଲା ବଲାଙ୍ଗିର ତୁଷୁରା ସହର
Comments
Post a Comment