ଜ୍ଞାନ ସରୋବର

 🪔*ଜ୍ଞାନ ସରୋବର*🪔

✒️ କଲମ ଶିଳ୍ପୀ ଅଧମ ନୀଲେଶ କୁମାର 

ବାଣୀ କ୍ଷେତ୍ର ଭୁବନେଶ୍ୱର 

କିଟ୍ ଏବଂ କିସ୍ ବିଶ୍ଵ ବିଦ୍ୟାଳୟ 



ଜ୍ଞାନ ଦର୍ଶନ ତପ ଚରିତ୍ର,

ଚାରି ଅମୂଲ୍ୟ ଦିବ୍ୟ ଧନ;

ଶବ୍ଦ କ୍ଷୀର ମହାସାଗରେ,

ମନ୍ଥନେ ଜାଗେ ଚିର ସତ୍ୟ ଜ୍ଞାନ ll 


ଦେବ ଶୁରର ଶୁଦ୍ଧ ଚେତନା,

ଭକ୍ତି ତପରେ ହୋଇଲା ଏକ;

ସମୁଦ୍ର ମନ୍ଥନ ଧ୍ୟାନ ମଝିରେ,

ଅମୃତ ହେଲା ଜ୍ଞାନର ରେଖ ll 



ଅସୁର ମନର ଅନ୍ଧ ଅଭିମାନ,

ଲୋଭ ମୋହରେ ହୋଇଲା ବନ୍ଧ;

ହାଲାହଳ ବିଷ ଭାଗ୍ୟେ ମିଳିଲା,

ଅଜ୍ଞାନ ରାତି ହେଲା ଅନନ୍ତ ll 


ଯେ ମନ ଭିତରେ ତପ ଜାଗେ,

ଦର୍ଶନ ହୁଏ ସତ୍ୟ ସ୍ୱରୂପ;

ଜ୍ଞାନ ସରୋବର ହୃଦେ ଫୁଟେ,

ଅମୃତ ଧାରା ଦିବ୍ୟ ଅନୁରୂପ ll 


ସତ୍ୟ ଧ୍ୟାନ ଓ ଶୁଦ୍ଧ ଚିନ୍ତନେ,

ଚରିତ୍ର ହୁଏ ଦୀପ୍ତ ପ୍ରଭା;

ଜ୍ଞାନ ସରୋବର ମନେ ଯେ ଭରେ,

ସେ ଲଭେ ଜୀବନର ସତ୍ୟ ଦିଶା ll 



      🦋ଇତି 🦋

ଅବୋଧ ଅଜ୍ଞାନୀ ନୀଲେଶ କୁମାର 

ଜିଲ୍ଲା ଅଟେ ବଲାଙ୍ଗିର ତୁଷୁରା ସହର

Comments