ମହା ଦଶମତୀ ବିଦ୍ୟା ଦାୟିନୀ

 




ମହା ଦଶମତୀ ବିଦ୍ୟା ଦାୟିନୀ@

+++++++++++++++++++

କଲମ ଶିଳ୍ପୀ ଅଧମ ଭାବୁକ ନୀଲେଶ 

ବାଣୀ କ୍ଷେତ୍ର ଭୁବନେଶ୍ୱର, ,, 



ଦଶଦିଗ ଦଶପାଳେ ଦୀପିତ ଦିବ୍ୟ ତେଜ,

ମହାମାୟୀ ଦଶମତୀ ଜଗତର ଶୁଭ ଭେଜ ।

ଜ୍ଞାନର ଜ୍ୟୋତି ଜଗାଉଛି ଅନ୍ଧକାର ହରି,

ଦର୍ଶନ ଧାରା ଝରେ ମନେ ସତ୍ୟ ମାର୍ଗ ଧରି ।

ତପ ତୀର୍ଥରେ ତୁମେ ମାତା ଶୁଦ୍ଧ ଚରିତ୍ର ଧାର,

ଭକ୍ତ ହୃଦୟେ ବସି ଦେଉଛ ଧର୍ମ ଦୀପ ଉଜ୍ଜ୍ୱଳ ପ୍ରଭାର ।

ଦଶଦିଗ ରକ୍ଷା କରୁ ତୁମ ଦିବ୍ୟ କରୁଣା ଛାୟା,

ଜୀବନ ପଥେ ଦେଖାଉ ମା ମୋକ୍ଷ ଧର୍ମର ମାୟା ।

ମହାମାୟୀ ଦଶମତୀ ବିଦ୍ୟା ଦାୟିନୀ ମା,

ଅଜ୍ଞାନ ତମ ନାଶି ଦେଉ ଜ୍ଞାନ ଦୀପର ଛାଁ ।

ଭକ୍ତି ତପସ୍ୟା ସାଧନାରେ ତୁମ ମହିମା ଗାନ,

ଜଗତ ଜନନୀ ଦଶମତୀ ଦିଅ ଶୁଭ ଜ୍ଞାନ ଦାନ ।

Comments