ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠ

ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠ




ପରିଚୟ ପର୍ବତର ପାବନ ପୀଠ 

ହରିଶଙ୍କର ମନ୍ଦିର ଶୋଭା ଅନନ୍ୟ ଦୃଶ୍ୟ।

ଗନ୍ଧମାର୍ଦ୍ଧନ ପର୍ବତ ଗିରିରେ ସୁସଜ୍ଜିତ,

ହରି ଶଙ୍କର ମିଲନ ଦୈବ ଲକ୍ଷ୍ୟ l୧l 


ବଲାଙ୍ଗୀର ଜିଲ୍ଲା ସଦର ମହକୁମୁ 

ଅଷୀ କିଲୋମିଟର ଦୂର ସୁନାମୁ।

ପାଟଣା ରାଜ୍ୟ ଚୌହାନ ରାଜା,

ଚତୁର୍ଦ୍ଦଶ ଶତାବ୍ଦୀରେ ଖୋଜା  l୨l 


ମହାରାଣୀ ଦୁର୍ଲଭା ଦେବୀ ମାତା,

ପ୍ରତିଷ୍ଠା କଲେ ମନ୍ଦିର ତତ୍କାଳା।

ଦ୍ୱାଦଶ ଶତାବ୍ଦୀ ଗଣେଶ ନୃତ୍ୟ,

ଶିଳାରେ ଜାଗେ ଐତିହ୍ୟ ସତ୍ୟ I୩l 


ଗ୍ରାନାଇଟ ଶିଳାର ଶ୍ରେଣୀ ଶୋଭା,

ସାରା ଭାରତେ ପାଇଛି ଲୋଭା।

ଚିର ସ୍ରୋତା ଝରଣା ଧାରା,

ମନକୁ କରେ ପବିତ୍ର ପରା l୪l 


ପର୍ବତ ଅନ୍ୟ ପାର୍ଶ୍ୱେ ମନୋହର,

ନୃସିଂହନାଥ ମନ୍ଦିର ପୀଠ ସୁମଧୁର।

ବଲାଙ୍ଗୀର ବରଗଡ଼ ସୀମା,

ଧର୍ମ ଐତିହ୍ୟ ରକ୍ଷେ ମହିମା  l୫l 

 

ପୁରାଣ କଥା ଲୋକ ବିଶ୍ୱାସ,

ବୌଦ୍ଧ କୀର୍ତ୍ତି ଗୁପ୍ତ ଇତିହାସ।

ପରିମଳ ଗିରି ବିଦ୍ୟା ପୀଠ,

ଜ୍ଞାନ ତପସ୍ୟାର ଥିଲା ପ୍ରିତ  l୬l 


ଏହି ଗିରିର ଗାଥା ପ୍ରାଚୀନ,

ରାମାୟଣ ବର୍ଣ୍ଣିତ ମହା ଅଭିନ।

ହନୁମାନ ବୀର ତପସ୍ଵୀ ଶୂର  

ଧରିଲେ ଗିରି ଦୃଢ ଭାବ ପୂର୍ଣ୍ଣ l୭l 


ଇନ୍ଦ୍ରଜୀତ ତର ମେଘନାଦ ଫାସ,

ଲକ୍ଷ୍ମଣ ଶକ୍ତିର ଦୁର୍ଦ୍ଦମ ଶ୍ୱାସ।

ଜୀବନ ରକ୍ଷା ପାଇଁ ତ୍ୱରା,

ହିମାଳୟକୁ ନେଲେ କନ୍ଧରା  l୮l 


ଗିରି ଅଂଶ ଯେବେ ଛିଡ଼ି ପଡ଼ି,

ଗନ୍ଧମାର୍ଦ୍ଧନ ହେଲା ତେଣୁ ଗଢି।

ସାରା ବିଶ୍ୱେ ପରିଚିତ ନାମ,

ପୌରାଣିକ ତଥ୍ୟର ଅଭିରାମ  l୯l 


ପ୍ରକୃତି ଧନ ଏହି ଅମୂଲ୍ୟ,

ଜୀବ ବିବିଧତା ରତ୍ନ ମୂଲ୍ୟ।

ବନ ଔଷଧି ତପସ୍ୟା ଧାରା,

ଭୂଗୋଲେ ଶୋଭା ଶାନ୍ତି ପାରା  l୧୦l 


ଆସନ୍ତୁ ସମେତେ ନିଅଁ ସଂକଳ୍ପ,

ରକ୍ଷିବା ଗିରି ନ ହେଉ କ୍ଷୟକଳ୍ପ।

ବନ କାଟ ରୋକି ରଖିବା ପ୍ରାଣ,

ପ୍ରକୃତି ହେଉ ଆମ ଜୀବନଧନ  l୧୧l 


ଗନ୍ଧମାର୍ଦ୍ଧନ ଗିରୀର ସୁରକ୍ଷା,

ମାନବ ଧର୍ମ ଶ୍ରେଷ୍ଠ ଶିକ୍ଷା।

ସଚେତନତାର ଜ୍ଵାଳା ଜ୍ଵାଲି,

ପ୍ରକୃତି ରହୁ ଚିର ଅକ୍ଷୁଣ୍ଣ ଭାବି  l୧୨l 


     🦋-:ଇତି:-🦋

ଲେଖକ:- ନୀଲେଶ କୁମାର ଭୋଇ

Comments