କୁଳମଣି ବିଶ୍ବାଳଙ୍କ କାବ୍ୟ ପ୍ରେମାର୍ଦ୍ଧଶତକ ଉନ୍ମୋଚିତ





ନୂଆଦିଲ୍ଲୀ(ମୋର ଖବର):ଖ୍ୟାତନାମା କର୍ପୋରେଟ ବିଶାରଦ, କବି ଓ ଚିତ୍ରଶିଳ୍ପୀ ଡ଼ଃ କୁଳମଣି ବିଶ୍ବାଳଙ୍କ ଦ୍ୱାରା ରଚିତ କାବ୍ୟକୃତି "ପ୍ରେମାର୍ଦ୍ଧଶତକ"ର ହିନ୍ଦୀ ଅନୁବାଦ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇନ୍ଷ୍ଟି ଚ୍ୟୁଟ ଅଫ ମାସ କମ୍ୟୁନିକେସନର ପ୍ରେକ୍ଷାଳୟ ଠାରେ ମହାସମାରୋହରେ ଉନ୍ମୋଚନ କରାଯାଇଛି ।ଏହି ପୁସ୍ତକରେ ଡ଼ଃ ବିଶ୍ୱାଳଙ୍କର ୫୦ଟି ବଛାବଛା କବିତା ଏବଂ ବହୁଚର୍ଚ୍ଚିତ ଚିତ୍ରକଳା ସ୍ଥାନ ପାଇଛି । ପଲ୍ଲୀବାଣୀ ମିଶନ ତରଫରୁ ଆୟୋଜିତ ଏହି ଉତ୍ସବ ଅବସରରେ ସାହିତ୍ୟ ଚର୍ଚ୍ଚା,ସଂଗୀତ ପରିବେଷଣ, ଚିତ୍ର ଅଙ୍କନ ଏବଂ ନୃତ୍ୟ ପ୍ରସ୍ତୁତି ର ଅନନ୍ୟ ଓ ଅବିସ୍ମରଣୀୟ ସମାହାର ଦେଖିବାକୁ ମିଳିଥିଲା ।

ଉନ୍ମୋଚନ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ସାଂସଦ ଗଣ, ସାହିତ୍ୟିକ, ବୁଦ୍ଧିଜୀବୀ, କଳାକାର ତଥା ଶତାଧିକ ସଂଖ୍ୟାରେ ଶ୍ରୀ ବିଶ୍ୱାଳଙ୍କର ବନ୍ଧୁ ଓ ପ୍ରଶଂସକ ମାନେ ଯୋଗ ଦେଇଥିଲେ।

 ବହୁମୁଖୀ ପ୍ରତିଭାର ଅଧିକାରୀ ଡ଼ଃ କୂଳମଣି ବିଶ୍ୱାଳ, ତାଙ୍କର ଜୀବନ ଯାତ୍ରାରେ ବେଶ ପ୍ରସିଦ୍ଧି ଓ ପ୍ରଶସ୍ତି ହାସଲ କରିଛନ୍ତି। ପେଷାରେ ଜଣେ କଷ୍ଟ ଏକାଉଟାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଡ଼ଃ ବିଶ୍ୱାଳ ଏମ.ସି. ଏଲ ଓ ଏନ.ଟି. ପି.ସି ଭଳି ବୃହତ ସରକାରୀ ସଂସ୍ଥାନ ମାନଙ୍କର ବିତ୍ତ ନିର୍ଦେଶକ ଭଳି ଉଚ୍ଚ ପଦବୀ ରେ ଆସୀନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜର ବୃତ୍ତିରେ ଉଲ୍ଲେଖଯୋଗ୍ୟ ସାଫଲ୍ୟ ଅର୍ଜନ କରିବା ସାଙ୍ଗକୁ ଶ୍ରୀ ବିଶ୍ୱାଳ ଜଣେ ସୃଜନଶୀଳ ସାହିତ୍ୟିକ, ସ୍ଵଭାଵ କବି, ସରସ ଚିତ୍ରକାର ଏବଂ ସୁମଧୁର କଣ୍ଠଶିଳ୍ପୀ ଭାବେ ବେଶ ପ୍ରତିଷ୍ଠା ଅର୍ଜନ କରିଛନ୍ତି।     

Post a Comment

Previous Post Next Post