ପ୍ରତିଜ୍ଞା

 🌹꧁ *ପ୍ରତିଜ୍ଞା*꧂🌹

*✧═══•❁❀❁•═══✧*

    ✒️ ନିଲେଶ କୁମାର  

ବାଣୀ କ୍ଷେତ୍ର ଭୁବନେଶ୍ୱର 

କିଟ୍ ଏବଂ କିସ୍ ବିଶ୍ଵ ବିଦ୍ୟାଳୟ 

କ୍ୟାମ୍ପସ ଅଟଇ ୧୦


ପିତୃ ସତ୍ୟ ପାଲନ କରି 

ଶ୍ରୀରାମ ଗଲେ ବନବାସ l

ଯେଉଁ କାମ ପ୍ରତିଜ୍ଞାରେ ହୁଏ

ଭଲରେ ହୁଏ ତାହା ଶେଷ ll


ସତ୍ୟ କରି ମହାତ୍ମା ଗାନ୍ଧୀ 

ନ ଖାଇବା ପାଇଁ ଆମିଷ l 

ଅହିଂସା ଧର୍ମରେ ଇଂରେଜ 

ଛାଡି ଚାଲିଗଲେ ଭାରତ ll

 

ସତ୍ୟ କରି ବିବେକାନନ୍ଦ

ମହାଧର୍ମ ସମ୍ମିଳନୀରେ l 

ଗୀତା,ଭାଗବତ'ଗୂଢ ଜ୍ଞାନ

ପ୍ରଚାର କଲେ ସମ୍ମିଳନୀରେ ll 


ସ୍ବାମୀ ଙ୍କ ଅଭିଭାଷଣରେ 

କେଉଁ ମନ୍ତ୍ର ଥିଲା କେ"ଜାଣି l 

ବିଶ୍ଵଗୁରୁ ଲଭିଲେ ବିବେକାନନ୍ଦ 

ସମ୍ବୋଧନେ ମାଆ,ଭଉଣୀ ll 


ଆମେରିକା ଦେଶ ବୋଳିଲା,,

ସ୍ଵାମୀ ବିବେକାନନ୍ଦ କି.. ଜୟ.. 

ସେହି ସମ୍ବୋଧନ ମନ୍ତ୍ର ହଜିଛି 

ଶୁଭୁନି ଆଉ କାହାରି କାନେ ll 


ପିତୃ ସତ୍ୟ, ଆଶୀର୍ବାଦ ଘେନି 

ଧର୍ମପଦ କୋଣାର୍କ ମୁଣ୍ଡିଲେ,l 

ବାଳୁତ ହେଲେବି ଧର୍ମପଦ 

ବାର ଶହ ଜୀବନ ରଖିଗଲେ ll 


 ଅଚ୍ୟୁତ ସାମନ୍ତଙ୍କ ଭାଷ୍ୟରେ

ସୁ-ଶିକ୍ଷା ହିଁ ସ୍ବଚ୍ଛଲତା ଆଣେ l 

ଅ- ଶିକ୍ଷା ରେ ଦାରିଦ୍ର୍ୟତା ପଣ 

ଶିକ୍ଷା ପ୍ରଦୀପେ ଦୂରହେବ ଅଜ୍ଞାନ ll 


ପ୍ରତିଜ୍ଞା ବଳରେ ଏ'ମର୍ତ୍ତ୍ୟରେ

ସମ୍ଭବ ହେବ ସର୍ବ କାର୍ଯ୍ୟ l 

ସେ ଅସମ୍ଭବ ପୂରଣ ହେଲେ 

ଏ "ମର୍ତ୍ତ୍ୟ ହିଁ ହୋଇ ଯିବ ସ୍ୱର୍ଗ ll 


କହଇ ମୁରୁଖ ନିଲେଶ ଅଧମ

ଶାରଳା ସାଧନା ବାଣୀ ସାଧକ l 

"ପ୍ରତିଜ୍ଞା" ଶବ୍ଦ ଅଟେ ଅମୃତ ତୁଲ୍ୟ 

ଅକାଟ୍ୟ ଏ ପ୍ରତିଜ୍ଞା ସତ୍ୟ ବଚନ ll 



            🩸 -:ସମାପ୍ତ:-🩸

Post a Comment

Previous Post Next Post