🔰🌿 ନିୟମଗିରି ପାହାଡ଼ 🌿🔰
#################
✒️ ପ୍ରକୃତି ପୂଜକ — ନିଲେଶ କୁମାର ଭୋଇ
ନିୟମ ଦେବ ଜଙ୍ଗଲ ରାଜ,
ଦେଖୁଛନ୍ତି ଦୁଃଖ ଆଦିବାସୀଙ୍କ।
ସବୁଜ ବନାନୀ, ମାଟି ଲୀନ ହେଲା,
ଲୋଭର ଅଗ୍ନି ଯେ ଜଳି ଗଲା ll
ପାହାଡ଼ ଗାଉଥିଲା ନିଜ ସ୍ବର ଭାସେ,
ମାଟି ମା’ ଦୁଃଖ ହେଲା ପାସେ।
ନିରୀହ ରକ୍ତରେ, ରଙ୍ଗିନ୍ କରି ହାତ,
ଧନ ଲୋଭରେ ହେଲେ ମାତ ll
ପ୍ରକୃତି କେବେ ନାହିଁ କାହାକୁ କ୍ଷମି
ଅନ୍ୟାୟ ଫଳ ନିଶ୍ଚେ ରଚିବଇଁ l
ଆଜି ସେ 'ପାଉ ଖଣି ଖୋଦନ ଧନ
କାଲି ହେବେ ନିଶ୍ଚେ ପ୍ରାଣ ବିନାଶନ ll
ଜଙ୍ଗଲ ମାଟି ମାଆର ଅଭିଶାପ,
ଭୋଗିବେ ଧରତିବାସୀ ତାହାର କୋପ।
ପ୍ରକୃତିର କୋପ ଆସେ ଦିନେ ନା ଦିନେ,
ମଣିଷ ସମାଜ ଜାଣିବ ବିଶ୍ଵତାପନେ ll
ଖଣି ଖୋଦାନ ହେଲା ଖାଇଲା ମାଟି,
ସୁନ୍ଦର ପାହାଡ଼ ପର୍ବତ ଗଲା ଫାଟି।
ନଦୀ,ନାଲ ପାଣି ସବୁ ଶୋଷି ଗଲେ,
ଜଙ୍ଗଲ ଜୀବ ଜନ୍ତୁ କେତେ ମରିଲେ ll
ବୃକ୍ଷଲତା ମରିଲେ ନିଶ୍ୱାସ ହିଁ ନାହିଁ,
ଧୂଳି ଧୂଆଁରେ ମେଘ ହେଲା ସାଜି ।
ମାନବ ସମାଜ ହେତୁ ଥାଇ ଜାଗ ଏବେ,
ମାଟି ମାଆ ଆମକୁ କେତେ ଆଦରେ ll
ନିୟମଗିରି ଆତ୍ମା କାନ୍ଦେ ରାତି ଦିନ,
ନିରବ ଗାଥା ପବନେ ଭାସି ଯାଇଣ।
ସଚେତନ ହୁଅ ହେ ! ପ୍ରକୃତି ସୁତ,
ପରିବେଶ ହେଉଛି ଜୀବନ ମୂଳ।l
ବଣ ଜଙ୍ଗଲ କେବଳ ପାହାଡ଼ ନୁହଁଇ
ଆମ୍ଭକୁ ସେ ଜୀବନ ଜୀବିକା ଯୋଗାଇ।
ପ୍ରକୃତି ରକ୍ଷା ହେଉ ଆମର ମାନବ ଧର୍ମ,
ନହେଲେ ଜୀବ ଜଗତ ଧ୍ଵଂସ ହେବ ଯାଣ ll
&&&&&&&&&&&
Ii ଇତିil 🦋🦋🦋
ପ୍ରଜାପତି ପରାଗରେଣୁ ବ୍ରହ୍ମ ବିତରକ ଏବଂ ସୂକ୍ଷମାତିସୂକ୍ଷ୍ମ ଶହ ସହସ୍ର ଅଣୁଜୀବ ବିଶ୍ଵ ବ୍ରହ୍ମାଣ୍ଡ ସଂଗଠନ ଚାରୁତରୁଲତା ଗଣ 🙏