ମହାନ୍ କଥାକାର ମନୋଜ ଦାସ
ଓଡ଼ିଆ ଆକାଶେ ଦୀପ୍ତ ତାରା ॥
ମନୋଜ ଦାସ ନାମ ଜ୍ଞାନଧାରା ॥
ତପସ୍ୟା-ଦର୍ଶନ ଚରିତ୍ର ଶୋଭା ॥
ସାହିତ୍ୟ-ମନ୍ଦିର ଅମୃତ ଲୋଭା ॥
ମାନବତା ମାର୍ଗ ପ୍ରକାଶ କରି ॥
କଥାରେ ରଚିଲେ ଭାବ ଧରି ॥
ଇତିହାସ-ପରମ୍ପରା ଚିତ୍ର ଆଙ୍କି ॥
ବିଶ୍ୱ-ବ୍ରାହ୍ମଣ ଚେତନା ଜାଗି ॥
ବହୁଭାଷା କୋଷେ ବାଣୀ ପ୍ରସାର ॥
ମାନବାବାଦୀ ଦୀପ୍ତି ଅପାର ॥
କ୍ରାନ୍ତି-ଚିନ୍ତାର ଗଭୀର ସ୍ୱର ॥
ସଂସ୍କୃତି-ଶିଳ୍ପେ ଅକ୍ଷୟ ଦ୍ୱାର ॥
ଜନ୍ମ-ଜୟନ୍ତୀ ପବିତ୍ର ଦିନେ ॥
ସ୍ମୃତି ଉଦିତେ ହୃଦୟ ମନେ ॥
ଅଲୋକ-ରେଖା ଛାଡ଼ି ଯାଇ ॥
ଅମର କୀର୍ତି ରହିଲା ଥାଇ ॥
ଚାରୁ-ଚିତ୍ରେ ଶବ୍ଦ ସୁଗନ୍ଧ ॥
ସାଧନା-ଧାରା ଅନନ୍ତ ବନ୍ଧ ॥
ଓଡ଼ିଆ-ଭାଷା ଗୌରବ-ଧନ ॥
ଜ୍ଞାନ-ଦର୍ଶନ ତପ-ଚରଣ ॥
ଅବୋଧ ନୀଲେଶ କୁମାର ଭୋଇ ॥
ଅଶ୍ରୁ-ବିନ୍ଦୁରେ ଶ୍ରଦ୍ଧା ଦେଇ ॥
କଲମ-ମୁନର ଟିକି ବିନ୍ଦୁ ॥
ଅର୍ପେ ଭାବର ପବିତ୍ର ସିନ୍ଧୁ ॥
ମହାନ୍ କଥାକାର ଚିର ସ୍ମରଣ ॥
ସାହିତ୍ୟ-ଗଗନେ ଦୀପ୍ତ କିରଣ ॥
ମନୋଜ ଦାସ ଅମର ନାମ ॥
ଓଡ଼ିଆ-ସଂସ୍କୃତି ଶାଶ୍ୱତ ଧାମ ॥
ଇତି