ଫେସବୁକ୍ ଆଇନା

 ଫେସବୁକ୍ ଆଇନା


 ଲେଖକ — ଅଧମ ନିଲେଶ କୁମାର ଭୋଇ 

ବଲାଙ୍ଗିର (ତୁଷୁରା)



ନଗ୍ନତା ରେ ଲଜ୍ଜା ହାରି,

ମାନବୀ ହେଲା ଦୁଃଖ ଭାରୀ।

ଫେସବୁକ୍ ଆଇନା ତଳେ,

ସତ୍ୟ ରୂପ ହେଲା ଅନଳେ॥


ଫଟୋ ଭିତରେ ଭ୍ରମ ନାଚେ,

ଲାଇକ୍ ଲହରି ମନକୁ ଭାଞ୍ଚେ।

ଶୀଳ ହେଲା ମୂଲ୍ୟ ବିସ୍ମୃତ,

ମାୟା ହେଲା ଦେବୀ ସୃତ॥


ମୋହ ମେଘ ଆକାଶେ ଝୁଲେ,

ମନ ମାଳି ଭୁଲେ ଫୁଲେ।

ସତ୍ୟ ହେଲା ଶୀତ ଶିଶିର,

ମିଥ୍ୟା ଆଲୋକ ଲୋଭ ଶିକର॥


ସ୍ତ୍ରୀ ରୂପ ମା’ ଭାବ ଧାରେ,

ସେ ହେଉଛି ଜୀବନ ଉଜାରେ।

ତା’ ମାନ ରଖ, ନ ହେଉ ମୋହି,

ପବିତ୍ରତା ହେଉ ତୋ ଶୋଭି॥


ସଜିବା ଭଲ, ସୀମା ଜାଣ,

ଶୀଳ ହେଉ ମନର ପ୍ରାଣ।

ଲଜ୍ଜା ହେଉ ଗହଣା ନିଜର,

ସତ୍ୟ ହେଉ ତୋ ଆଭରଣ॥


ସୁନା ଶରୀର ନୁହେଁ ମାପ,

ମନ ହେଉ ସୁଗନ୍ଧ ତାପ।

ଫେସବୁକ୍ ନୁହେଁ ଜୀବନ ଗତି,

ଶୀଳ ହେଉ ନାରୀର ଶକ୍ତି॥


 ନାରୀ ହେଉ ଚନ୍ଦନ ସୁଗନ୍ଧ,

ନୁହେଁ ଆଗ୍ନି ଶିଖାର ଗନ୍ଧ।

ଲଜ୍ଜା ହିଁ ହେଉ ତୋ ସାଜ,

ଶୀଳେ ଅଛି ଜୀବନ ରାଜ।”

Post a Comment

Previous Post Next Post