ଓଁ ନମଃ ଶିବାୟ ନମଃ

 



🚩 *ଓଁ ନମଃ ଶିବାୟ ନମଃ*🏴

ସାରସ୍ଵତ ବାଣୀ ସାଧକ 

ଅଧମ ନୀଲେଶ କୁମାର 


ଅଧମ ଭାବୁକ ନିଲେଶ କହେ 

ଶିବ ଚରଣେ ମୋର ଶ୍ରଦ୍ଧା ଭାବ,

ଅନ୍ଧକାର ମନ ଭିତରେ

ଜାଗେ ଜ୍ଞାନର ଦିବ୍ୟ ପ୍ରଭାବ।


ମହାଶିବରାତ୍ରୀ ଜାଗର ରାତି,

ଧ୍ୟାନ ତପର ପବିତ୍ର କ୍ଷଣ,

ନିଦ୍ରା ତ୍ୟାଗି ଭକ୍ତ ଜାଗେ

ଜାଗେ ଅନ୍ତର ଚେତନ ଧନ।


ଘଣ୍ଟ ଧ୍ୱନି ବେଳପତ୍ର ସୁଗନ୍ଧ,

ମନ୍ତ୍ରରେ ପବିତ୍ର ଆକାଶ,

ଅହଂକାର ଦହି ଭସ୍ମ ହୋଇ

ଆତ୍ମା ପାଏ ଶିବର ବିଶ୍ୱାସ।


“ଓଁ ତ୍ର୍ୟମ୍ବକଂ ଯଜାମହେ” ଧ୍ୱନି,

ଜୀବନେ ଭରେ ଶାନ୍ତି ଧାରା,

ମୃତ୍ୟୁଭୟର ବନ୍ଧନ ଭଙ୍ଗି

ଅମୃତ ପଥେ ଦିଏ ଆଶ୍ରୟ ସାରା।


ଯେପରି ପକ୍କ ଫଳ ଲତା ଛାଡ଼େ,

ସହଜେ ହୋଇ ମୁକ୍ତ ତାହା,

ତେଣୁ ଜୀବ ମୃତ୍ୟୁ ବନ୍ଧନ ଛାଡ଼ି

ପାଏ ଶିବେ ଅମର ଛାୟା।


ଜାଗର ରାତି ତପର ଦୀପ,

ଜ୍ଞାନ ଦର୍ଶନର ମହା ପଥ,

ଶିବ ସ୍ମରଣେ ଜୀବନ ହୋଇ

ମୁକ୍ତିମୟ ଚିର ସତ୍ୟର ରଥ।


ଓଁ ନମଃ ଶିବାୟ ନମଃ

ଶିବେ ଶରଣ,ଶାନ୍ତିର ଗମ୍ୟ,

ଜ୍ଞାନ ତପ ଚରିତ୍ରର ମାର୍ଗ 

ପରମ ସତ୍ୟ, ନିତ୍ୟ, ଅମୃତ ଧ୍ୟେୟ।


  🦋*ଇତି*🦋

କଲମ ଶିଳ୍ପୀ:-ଅଧମ ଭାବୁକ ନିଲେଶ କୁମାର

Comments