କଲମ ଓ ଚିତ୍ର ଧରଣ ଯନ୍ତ୍ର

ଅସିର ଧାର ନୁହେଁ ଶ୍ରେଷ୍ଠ ବଳ,

ମସୀର ଶକ୍ତି ହିଁ ଅମର ତରଳ।

ରକ୍ତପାତ ବିନା ଯେ ଆଣେ ପ୍ରଭାତ,

ସେହି କଲମ ହିଁ ସତ୍ୟର ସାକ୍ଷାତ।


ଜ୍ଞାନର ଦୀପ ଯେ ମନେ ଜଳାଏ,

ଦର୍ଶନର ପଥେ ଆତ୍ମା ଚଲାଏ।

ତପର ଶୀତଳ ଶୁଭ୍ର ଆଲୋକେ,

ଚରିତ୍ର ଫୁଟେ ମଧୁର ସମ୍ଭୋଗେ।


କଲମ ଲେଖେ ଇତିହାସ ଗାଥା,

ଭୂଗୋଳ ଦେଖାଏ ପୃଥିବୀର ପଥା।

ଗଣିତର ନୀତି ସଂଖ୍ୟାର ଶୃଙ୍ଖଳ,

ବିଜ୍ଞାନ ଖୋଲେ ସତ୍ୟର ମଣ୍ଡଳ।


ଏହି ଯୁଗେ ଆସିଲା ଚିତ୍ର ଯନ୍ତ୍ର,

ରଙ୍ଗୀନ ଛବିର ନବ ମହାମନ୍ତ୍ର।

କ୍ୟାମେରା ହେଲା ସମୟର ଆଇନ,

ସତ୍ୟର ସାକ୍ଷୀ, ନ୍ୟାୟର ଧ୍ୟାନ।


ହାୟ! ମାୟାର ଅନ୍ଧ ଝଡ଼ରେ,

ନୀତି ହରାଏ ମନୁଷ୍ୟର ଘରେ।

ଟିକ୍ ଟକ୍ ଛାୟା ଚିତ୍ର ଆଲୋକ,

ଯୌବନ ଯୁବା ମନେ ଭରେ ବିଷ ।


ନାରୀ ଅର୍ଦ୍ଧନଗ୍ନ ଅଶୁଭ ପ୍ରସାର,

ମନରେ ରଚଇ ଅନନ୍ତ ଅନ୍ଧକାର।

ନବ କୈଶୋର ଯୁବକ ଆଦି ମନ,

ବିପଥେ ଯାଇ ହରାଇ ଜୀବନ ଧନ।


ନାରୀ ହେଉଛି ଶକ୍ତିର ମୂର୍ତ୍ତି,

ସଭ୍ୟତାର ଧ୍ୱଜ, ମାତୃ ଭକ୍ତି।

ଲଜ୍ଜା ତାହାର ମୌଳିକ ଭୂଷଣ,

ମର୍ଯ୍ୟାଦା ନାରୀର ଅଳଙ୍କାର ଧନ।


ଯୁବକମାନେ! ସତର୍କ ହୁଅ ଆଜି,

କ୍ଷଣିକ ରସେ ନ ହରାଅ ଦେହୀ।

ଚରିତ୍ର ହେଉ ତୁମର ଜ୍ଞାନ ଦର୍ଶନ ,

ନୀତି ଆଦର୍ଶ ହିଁ ଜୀବନ ଯୌବନ।


କଲମ ଲେଖୁ ସମାଜର ନବ ଗୀତ,

କ୍ୟାମେରା ଧରୁ ଘଟଣାର ସତ 

ଅସିର ଯୁଗ ଗଲା,ମସୀର ଯୁଗ ଆସୁ,

ଜ୍ଞାନ ଆଲୋକେ ଅନ୍ଧକାର ନାଶୁ।


ଶାସ୍ତ୍ର,ଅସ୍ତ୍ର ହେଉ ଶାନ୍ତିର ଧାର,

ରକ୍ତପାତ ବିନା ବିପ୍ଳବ ଅପାର।

ସତ୍ୟ,ନୀତିରେ ଗଢ଼ିବା ଭବିଷ୍ୟତ,

ଏ'ଶିକ୍ଷା ରହୁ ସଦା ଅମର ଅବିରତ।  

✧═══•-::ସମାପ୍ତ::-•═══✧

Comments