ଆଦର୍ଶ ନ୍ୟାଧିସ

 ଆଦର୍ଶ ନ୍ୟାଧିସ


ଅଧମ ଭାବୁକ ନିଲେଶ କୁମାର  

ପିତା:- ଶଙ୍କର ହୁଏ 

ମାତା:- ସତ୍ୟଭାମା ଭୁଏ 

ଜାତି:- ଆଦିବାସୀ ସଂପ୍ରଦାୟ 

ନିବାସ:- ଗମ୍ଭାରୀଗୁଡା ମୌଜା 

ଥାନା:- ତୁଷୁରା 


ଗଣତନ୍ତ୍ରେ ଦେଶର ତିନି ଦୃଢ଼ ଶିଳା,

ବ୍ୟବସ୍ଥା,କାର୍ଯ୍ୟ,ନ୍ୟାୟ ପାଲିକା ।

ଶାସ୍ତ୍ରରେ ନୁହେଁ ଏଠି ଶାସନର ବଳ,

ଶାସ୍ତ୍ର,ବିଜ୍ଞାନେ,ନୀତି ହିଁ ସତ୍ୟ ଫଳ l୧l 


ନ୍ୟାୟର ଉଚ୍ଚ ଆସନେ ବସେ ମନୁଷ୍ୟ,

ମାନବତା ହେଉ ତାହାରମୁଖ୍ୟ ଅସ୍ତ୍ର।

ପକ୍ଷପାତ ଛାଡ଼ି ସତ୍ୟକୁ ସେ ଆଦରୁ 

ଦୀନ, ଜନ,ହୀନେ, ନୂତନ ଆଶା ହେଉ ll 


ରାମମୋହନ ଦେଇଥିଲେ ଏ'ଆଲୋକ,

ମହାତ୍ମା ଗାନ୍ଧୀ ଥିଲେ ଅହିଂସାର ଲୋକ।

ନୂତନ ନବଜାଗରଣେ ଜାଗିଲେ ଜନସମୁଦ୍ର 

ସ୍ୱାଧୀନତା ହେଲା ନୀତିର ରତ୍ନେ ଏ'ଭାରତ ll 


ସେଇ ପଥେ,ଆଦିମ ଆଦିବାସୀ ଜାଗରଣ,

ଏକତା ରହୁ,ଆଦିମଜାତିରେ ମନ,ତନ।

ଜାତି,ଧର୍ମ,ଚିନ୍ତା,ଅଭିବ୍ୟକ୍ତି ଆଦି ଭେଦଭାବ 

ମାନବାଧିକାର ନୀତି ନହେଉ ପୂର୍ଣ୍ଣଛେଦ ll 


ଅସ୍ପୃଶ୍ୟତା ଯେ' ମାନବ ମନର ଅନ୍ଧକାର,

ଶିକ୍ଷା,ମାନବବାଦେ ହେଉ ସୁନାର ଭାରତ।

ଉଚ୍ଚ ଶିକ୍ଷାତ ହୋଇ,ମନ,ତନ ନଜାଗିଲେ,

ସେ ଜ୍ଞାନ ଶୁଷ୍କ ଅଟେ, ସତ୍ୟତା ନ ଥିଲେ ll 


ମାନବବାଦୀ ଶିକ୍ଷିତ ସେ ହିଁ ଜନଗଣ ମନ,

ଯେ ଅଜ୍ଞାନୀକୁ ଦେଉଛି ଦିବ୍ୟ,ଜ୍ଞାନଦର୍ଶନ।

ସମାଜ ମଧ୍ୟରେ ରହି,ସମାଜ ସେବା ପାଇଁ,

ନବଚେତନା ହେଉ,ନିଜ ଜାତି ସମାଜ ପାଇଁ ll 


ସୁଧନୀ,ସୁଗୁଣୀ,ସୁଜ୍ଞାନୀ ଆସିବେ ଯେବେ, 

ସମୟ ଧାରେ,ଆଦିମ ଈତିହାସ ଗାଇବେ।

ଦରକାର ଆମକୁ, ସେ ଦିନ ଆଦର୍ଶ ନୀତି,

ଭଲ ଲୋକ ମନରେ, ନୀତିର ଚିହ୍ନ ହିଁ ଥାଇ ll 


ଓକିଲ, ଡାକ୍ତର, ଶାସକ ଯେ ହେଉ,

ମାନବତା ମୁଳେ ତାଙ୍କ କାର୍ଯ୍ୟ ରହୁ।

କାର୍ଯ୍ୟପାଳିକା, ବ୍ୟବସ୍ଥାପକ ପାଲିକା,

ନ୍ୟାୟପାଳିକା,ସବୁ ନୀତିର ଦୀପିକ ll 


ଆଗାମୀ ପିଢ଼ି ପାଇଁ ଏହି ଆହ୍ୱାନ,

ଆଦିମ ବିଚାରେ ଚଳ,ସତ୍ୟ ସମ୍ମାନ।

ନ୍ୟାୟ, ବିଜ୍ଞାନ, ଦାର୍ଶନିକ ଆଦର୍ଶ,

ଆଗାମୀ ପିଢ଼ି ହୋଇବେ ନ୍ୟାଧିସ ll 


Comments