ପୁରୁଣା ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ବାବିରେ ପୁଣି ରାସ୍ତାରୋକୋ



(ଉମେଶ ଦଣ୍ଡସନା) ବଲାଙ୍ଗୀର ଜିଲା ପାଟଣାଗଡ଼ ମୁଖ୍ୟ ସହର ଭିତରେ ଥିବା ପୁରୁଣା ଉପଖଣ୍ଡ ଚିକିତ୍ସାଳୟରେ ଜରୁରୀକାଳିନ ଚିକିତ୍ସା ପାଇଁ ଓପିଡି ଡାକ୍ତର ନିଯୁକ୍ତି ଦାବିରେ ଗୁରୁବାର ସହରବାସୀ ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ୟରାସ୍ତାର ପୁରୁଣା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ରାସ୍ତାରୋକୋ କରିଥିଲେ। ଏଥିଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।


ସୂଚନା ଅନୁଯାୟୀ, ପାଟଣାଗଡ଼ ମୁଖ୍ୟ ସହର ଭିତରେ ଦୀର୍ଘବର୍ଷ ଧରି ଥିବା ପୁରୁଣା ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଚିକିତ୍ସା କରାଯାଉଥିଲା। ହେଲେ ଗଙ୍ଗାସାଗର ପାଖରେ ନିର୍ମାଣ କରାଯାଇଥିବା କୋଠାକୁ ପ୍ରଶାସନ ପକ୍ଷରୁ ଉକ୍ତ ଚିକିତ୍ସାଳୟକୁ କିଛିଦିନ ତଳେ ସ୍ଥାନାନ୍ତର କରାଯାଇଛି। ଏଥିଯୋଗୁ ଯାତାୟାତରେ ସମସ୍ୟା ହେବା ସହ ରୋଗୀମାନେ ଚିକିତ୍ସା ପାଇଁ


ପୁରୁଣା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ସହରବାସୀ ରାସ୍ତାରୋକୋ କରିଛନ୍ତି।


ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସହରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁରୁଣା ଉପଖଣ୍ଡ ଚିକିତ୍ସାଳୟରେ ଓପିଡି ଡାକ୍ତର ନିଯୁକ୍ତି ଦାବିରେ ସହରବାସୀ ସୋମବାର ରାସ୍ତାରୋକୋ କରିଥିଲେ। ସ୍ଥାନୀୟ ପୋଲିସ ଏବଂ ଉପଖଣ୍ଡ ଚିକିତ୍ସା


ଅଧିକାରୀ (ଏସ୍‌ଡିଏମ୍ଓ) ସୁରଜ ରଞ୍ଜନ ସ୍ବାଇଁ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଏସ୍‌ଡିଏମ୍ଓ ସମସ୍ୟା ସମାଧାନ ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ହେଲେ ସମସ୍ୟା ସମାଧାନ ପାଇଁ


ଦାବି ପୂରଣ ନ ହେଲେ ୧୨ରେ ପାଟଣାଗଡ଼ ବନ୍ଦ ଚେତାବନୀ


ପଦକ୍ଷେପ ନିଆ ନ ଯିବାରୁ ସହରବାସୀ ବାଧ୍ୟହୋଇ ପୁନର୍ବାର ଗୁରୁବାର ପୁରୁଣା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ରାସ୍ତାରୋକୋ କରିଥିଲେ। ଏଥିଯୋଗୁ ଗାଡ଼ି ଚଳାଚଳ ପ୍ରଭାବିତ ହେବା ସହ ଲୋକମାନେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବରପାଇ ସ୍ଥାନୀୟ ପୋଲିସ ସହ ପାଟଣାଗଡ଼ ଡେପୁଟି କଲେକ୍ଟର ମନଫ୍ଲସ କେରକେଟା, ଏସ୍‌ଡିଏମ୍ଓ ସ୍ବାଇଁ, ତହସିଲଦାର ରୁଦ୍ରମୋହନ ନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ତେବେ ୩ ଦିନ ଭିତରେ ଦାବି ପୂରଣ ନ ହେଲେ ଆସନ୍ତା ୧୨ ତାରିଖରେ ପାଟଣାଗଡ଼ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

Post a Comment

Previous Post Next Post