ଟିଟିଲାଗଡ଼ ଶ୍ରୀରାମ ଉପବନ କୁମ୍ଭୀପଡ଼ା ଠାରେ ଗାୟତ୍ରୀ ପରିବାରର ବନ୍ଧୁ ମିଳନ

 

ଟିଟିଲାଗଡ଼, (ମୋର ଖବର) : ରବିବାର ଦିନ ସକାଳ ୯ଟାରେ ଟିଟିଲାଗଡ଼ ନିକଟସ୍ଥ କୁମ୍ଭୀପଡ଼ା ଶ୍ରୀରାମ ଉପବନ ଠାରେ ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାରର ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ଅତିଥି ମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିବା ପରେ ପ୍ରଦୀପ ପ୍ରଜ୍ୱଳନ କରି ଅତିଥି ପରିଚୟ ପ୍ରଦାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଆଗାମୀ କାର୍ଯ୍ୟପନ୍ଥା ସହ ବିଭିନ୍ନ ବିଷୟରେ ଆଲୋଚନା ହୋଇଯାଇଛି । ପ୍ରଭୁଙ୍କ ଭଜନ ଜଣାଣ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗାୟତ୍ରୀ ପରିବାରର ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ଗୁପ୍ତା, ଜିଲ୍ଲା ଉପ ସଂଯୋଜକ ଶାନ୍ତନୁ ପାତ୍ର, ଟିଟିଲାଗଡ଼ ଗାୟତ୍ରୀ ଶକ୍ତି ପୀଠ ବ୍ୟବସ୍ଥାପକ ସନ୍ତୋଷ କୁମାର ଦାଶ, ବଲାଙ୍ଗିର ଗାୟତ୍ରୀ ପୀଠ ସଂଯୋଜକ ଛବିଳ ବଗର୍ତ୍ତି, ଜିଲ୍ଲା ରଚନାତ୍ମକ ବିଭାଗ ପ୍ରଭାରୀ ଶ୍ରୀମତୀ ମୋକ୍ଷଦା ଶର୍ମା, ଆଓ ଗଢେ ସଂସ୍କାରବାନ ପୃଥ୍ବୀ ରାଜ୍ୟ ପ୍ରଭାରୀ ବିଚିତ୍ରାନନ୍ଦ ସାହୁ, ଓଡ଼ିଶା ଜୋନ ପ୍ରଭାରି ସୋମିତ୍ତ୍ରି ଥାନାପତିଙ୍କ ସମେତ ଅନେକ ଗାୟତ୍ରୀ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ । ତେବେ ସ୍ୱାଗତ ତଥା ମଞ୍ଚ ପରିଚାଳନା କରିଥିଲେ ରମାକାନ୍ତ ବେହେରା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବା କାର୍ଯ୍ୟକର୍ତ୍ତା ମନିଷ ଗୁପ୍ତା ।



Post a Comment

Previous Post Next Post