ପଞ୍ଚ ପ୍ରକୃତି ହିଁ ଆଦିମ ଶୃଙ୍ଗାର! ରସ
ରଚକ:- ଅଧମ ଭାବୁକ ନିଲେଶ କୁମାର
ଜିଲ୍ଲା ବଲାଙ୍ଗିର,ତୁଷୁରା ସହର
ଜନ୍ମ ମାଟି:- ଗମ୍ଭାରୀଗୁଡା
ଜାତି:- ଆଦିମ ଜନଜାତି ସଂପ୍ରଦାୟ (ଗଣ୍ଡ)
ପଞ୍ଚ ପ୍ରକୃତି ମାଆ କୋଳେ,
ଆଦିମ ଜୀବନ ରଙ୍ଗ ।
ଡାଳ ପତ୍ର ପୁଷ୍ପ ସଜାଏ,
ସଭ୍ୟତାର ଅଙ୍ଗ ॥
ପର ପାଖ ଛାଲ ଶିଙ୍ଗ ହାଡ଼,
ମାଂସ ମେଦ ମୂଳ ।
ପ୍ରକୃତି ଦାନେ ଗଢ଼ି ନେଲେ,
ସଂସ୍କୃତିର ଫୁଲ ॥
ନାହିଁ କୃତ୍ରିମ ମିଥ୍ୟା ଛାୟା,
ନାହିଁ ମିଶ୍ରଣ ଭ୍ରମ ।
କଳାଜିରା ମେଥି ସୋରିଷ,
ପଞ୍ଚ ରସର ନାମ ॥
ହାତ ବୁଣା ଲୁଗା ଦେହେ,
ପିତ୍ତଳ ରୂପା ହାର ।
କଳା ଚିତା ବନା ଖୁଦେଇ
ମୁହଁରେ ଆଲୋକ ଧାର ॥
ଅତୀତ କହେ ରକ୍ଷା କର,
ମୂଳକୁ ଧରି ରହ ।
ବର୍ତ୍ତମାନ କହେ ଶିଖି ନେ,
ପ୍ରକୃତି ସହ ଚଳ ॥
ଭବିଷ୍ୟତ କହେ ଭୁଲି ନୁହେଁ,
ଆଦିମ ଜ୍ଞାନ ପଥ ।
ସଂସ୍କୃତି ରକ୍ଷା ହେଲେ ହିଁ,
ସଭ୍ୟତାର ସତ୍ୟ ଅର୍ଥ ॥
ପଞ୍ଚ ପ୍ରକୃତି ସାଜିଲେ ଯଦି,
ଜୀବନର ଶୃଙ୍ଗାର ।
ଆଦିମ ସଂସ୍କୃତି ବଞ୍ଚି ରହିବ,
ମଣିଷ ରହିବ ମହାନ୍ତର ll
ପଞ୍ଚ ମନ,ପ୍ରକୃତି ସଂସ୍କୃତିରେ
ଗଢା ମନପିଣ୍ଡ ନିଲେଶ l
ପଞ୍ଚତନ୍ତ୍ର ପବନ ହିଁ ନାଦ ପୁଷ୍ପରେ
ଆଦିମ ଶୃଙ୍ଗାର ରସ ll
ପଞ୍ଚ ପ୍ରକୃତିର କୋଳେ ଗଢ଼ା,
ଆଦିମ ମଣିଷ ସଜ ବାଜ l
ଆଦିମବାସୀ ଜୀବନର ସାଜ,
ଶୃଙ୍ଗାର ଓ ଶାଶ୍ୱତ ରସ! ll
ଆଦିମ ମଣିଷ ଶୃଙ୍ଗାର ରସେ
ଅଧମ ନିଲେଶ କୁମାର l
ବାଣୀ ସାଧନ ରେ ସିଦ୍ଧହସ୍ତୀ ସେ
ଲଭି ଦକ୍ଷିଣକାଳୀଙ୍କ ଶ୍ରୀବାଦ ll