ସୁଖିଲା ଧାନରେ ୫କେଜି କଟନୀ,ଡିଇଓଙ୍କ ହାତରେ କୁଠୁର୍ଲା ପେକ୍ସ

 

ବଲାଙ୍ଗିର(ମୋର ଖବର ): ବଲାଙ୍ଗୀର ଜିଲ୍ଲାର ସଦର ବ୍ଲକ ଅଞ୍ଚଳରେ ଥିବା ପେକ୍ସ ମାନଙ୍କରେ ଚାଷୀଙ୍କଠାରୁ ୫ କେଜି ଧାନ କଟନୀ କରାଯାଉଥିବା ଅଭିଯୋଗ ହେଉଛି । ଦୀର୍ଘ ଏକମାସ ପରେ ମଣ୍ଡି ଖୋଲିଥିବା ଓ ଚାଷୀ ମାନେ ସୁଖିଲାଧାନ ମଣ୍ଡିକୁ ନେଉଥିଲେ ହେଁ ସେଠାରେ ମଣ୍ଡିକଟ ନାଁରେ ୫କିଲୋ ଧାନ କାଟୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଆଜି ଆମେ ସଦର ବ୍ଲକର କୁଠୁର୍ଲା ପେକ୍ସକୁ ୧୧.୩୦ରେ ପହଞ୍ଚିଥିବା ବେଳେ ମଣ୍ଡିରେ ସଂପାଦକ ଉପସ୍ଥିତ ନଥିଲେ । ମଣ୍ଡିରେ ସାମାନ୍ୟ କିଛି ଧାନ ଗଦା ହୋଇଥିବା ବେଳେ ବହଲିର ଜୟହନୁମାନ ରାଇସମିଲର ଏକ ଟ୍ରକ ଛିଡା ହୋଇଥିବା ଦେଖାଯାଇଥିଲା । ମଣ୍ଡିରେ ଚାଷୀ ଉପସ୍ଥିତ ନଥିଲେ କି ଶ୍ରମିକ ମଧ୍ୟ ଉପସ୍ଥିତ ନଥିଲେ । ପେକ୍ସର ଡାଟା ଏଣ୍ଟ୍ରିଅପରେଟରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସଂପାଦକ ଜଣକ ସଦାଇପାଲି ପେକ୍ସ ଓ କୁଠୁର୍ଲା ପେକ୍ସର ଦାୟିତ୍ୱରେ ରହିଛନ୍ତି। ପ୍ରାୟ ୩୦ କିମି ଦୂରରେ ଥିବା ପେକ୍ସର ସଂପାଦକ କିଭଳି ଏଠାରେ ଦାୟିତ୍ୱ ନେଇ ଧାନ କିଣୁଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି । ସଂପାଦକ ମଣ୍ଡିକୁ ଆସୁନଥିବା ବେଳେ ଡାଟା ଏଣ୍ଟି ଅପରେଟର ଙ୍କ ହାତରେ ପରିଚାଳିତ କରିବାକୁ ଛାଡିଦେଇଛନ୍ତି । ଏପରିକି ଚାଷୀଙ୍କ ଧାନକୁ ମଣ୍ଡିରେ ଓଜନ କରାଯାଉନାହିଁ କିମ୍ବା ଧାନର ମାନ ମଧ୍ୟ ପରୀକ୍ଷା କରାଯାଉନାହିଁ । ଧାନ ଓଜନ ମେସିନ ଓ ଧାନର ମାନ ଯାଞ୍ଚ କରାଯାଉଥିବା ମେସିନକୁ ଏକ କୋଠରୀ ଭିତରେ ଭରିଦେଇଥିବା ଦେଖାଯାଇଥିଲା। ଚାଷୀଙ୍କ ଧାନକୁ ସିଧାସଳଖ ଜୟହନୁମାନ ରାଇସମିଲକୁ ପଠାଇଦେଇ ସେଠାରେ କ୍ୱିଣ୍ଟାଲ ପିଚ୍ଛା ୫କିଲୋ କଟନୀ କରି ବାକି ରିସିଭ ଧରାଇ ଦିଆଯାଉଛି । ଚାଷୀମାନେ ମଣ୍ଡି ବଦଳରେ ରାଇସ ମିଲର ସ୍ଲିପର ଓଜନ ଜାଣି ତାଙ୍କ ଧାନ ବିକ୍ରୀ ହୋଇଥିବା ଜାଣୁଛନ୍ତି । ସୁଖିଲା ଧାନକୁ ପେକ୍ସ କର୍ମଚାରୀ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ୫କିଲୋ କଟନୀ କରୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୁଠୁର୍ଲା ପେକ୍ସର ସଂପାଦକ ଦାୟିତ୍ୱରେ ଥିବା ସଦାଇପାଲି ପେକ୍ସ ସଂପାଦକଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନଥିଲେ । ଏହି ପେକ୍ସକୁ ଏପର୍ଯ୍ୟନ୍ତ ୧୦ହଜାର କ୍ୱିଣ୍ଟାଲର ଟାର୍ଗେଟ ଆସିଥିବା ବେଳେ ଡିସେମ୍ବର ୩୧ ସୁଦ୍ଧା ୫ହଜାର କ୍ୱିଣ୍ଟାଲ ଧାନ କିଣାଯାଇସାରିଥିବା ପେକ୍ସର ଡାଟା ଏଣ୍ଟ୍ରି ଅପରେଟର କହିଛନ୍ତି । ଠିକ ସେହିପରି ଆଜି କୁଡାସିଂଘା ପେକ୍ସ ବନ୍ଦଥିବା ଦେଖା ଯାଇଥିଲା । ସରକାରୀ କାର୍ଯ୍ୟଦିବସ ରେ ପେକ୍ସକୁ ଖୋଲିବାର ନୀୟମ ଥିଲେ ହେଁ ଆଜି କେଉଁ କାରଣରୁ ବନ୍ଦ କରାଯାଇଥିଲା ତାହା ଜଣାପଡିନଥିଲା । ଏହି ପେକ୍ସର ସଂପାଦକ ଆଶିଷ କୁମାର ସାହୁଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ମଧ୍ୟ ଫୋନ ଉଠାଇନଥିଲେ

Post a Comment

Previous Post Next Post