ମୋ" ସ୍ନାତକ ଶିକ୍ଷା ବିଶ୍ଵ ବିଦ୍ୟାଳୟ
ବିଦ୍ୟାଳୟ ନୁହଁଇ ଅଟେ
ସେ ଜ୍ଞାନର ମନ୍ଦିର,
ପ୍ରେରଣା ଆମକୁ ମିଲେ
ନଥାଏ ପାତର ଅନ୍ତର l
ଦେବତା ସମାନ ଗୁରୁ
ମିଳିଥିଲେ ସେହି ମନ୍ଦିରରେ,
କେତେ ନୂଆଁ ସାଥୀ ମିଳିଥିଲେ
ସ୍ନେହ ଆଦରରେ l
ନୁହନ୍ତି କେହି ସ୍ୱାର୍ଥର
ସାଥୀ ସଭିଏଁ ଏକାକାର,
ଜାତି ଧର୍ମ ନିର୍ବିଶେଷରେ
ଜ୍ଞାନ କରୁ ଥିଲେ ଆହାର l
ସାଙ୍ଗସାଥୀ ମେଳେ
ଦୁଷ୍ଟାମୀ ସହିତ କେତେ ଯେ ମଜା,
ଶୃଙ୍ଖଳାର ସୀମା ଟପିଲେ
ଗୁରୁ ଦେଉଥିଲେ ସଜା l
ନୁହେଁ କେବଳ ବିଦ୍ୟାର
ଭଣ୍ଡାର ଅବା ଜ୍ଞାନର ମନ୍ଦିର,
ସମାଜ ପାଇଁ ଅଛେ ଗଢ଼ି
ନୁଆଁ ନୁଆଁ କାରିଗର l
କରିବା ନାହିଁ କେବେ ନିନ୍ଦା
ଗୁରୁ ହିଁ ସାକ୍ଷାତେ ଈଶ୍ୱର,
ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,
ଗୁରୁ ଆମ ମହେଶ୍ୱର l
🙏 ସମାପ୍ତ 🙏