ଲୋକଉତ୍ସବ ସ୍ମରଣିକା କମିଟିର ବୈଠକ

 


ବଲାଙ୍ଗିର, ଆସନ୍ତା ଜାନୁୟାରୀ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରେ ଅନୁଷ୍ଠିତ ହେଉଛି ତ୍ରୟୋବିଂଶତମ (ମୋର ଖବର )ବଲାଙ୍ଗୀର ଲୋକଉତ୍ସବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକଉତ୍ସବ ଅବସରରେ ବଲାଙ୍ଗୀର କଳା, ସାହିତ୍ୟ, ସଂସ୍କୃତି, ନୃତ୍ୟଗୀତ, ଲୋକନାଟକ, ଇତିହାସ, ଜୀବନଧାରା ଆଧାରିତ ଗବେଷଣାତ୍ମକ ଲେଖାକୁ ନେଇ ଏକ ସ୍ମରଣିକା ପ୍ରକାଶିତ ହେବ। ଏଥିପାଇଁ ଗତକାଲି ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ତଥା ସ୍ମରଣିକା ସମିତି ଅଧ୍ୟକ୍ଷ ପବିତ୍ର ବେହେରାଙ୍କ ଆବାହକତ୍ୱରେ ସ୍ମରଣିକା ସଂପାଦନା ମଣ୍ଡଳୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ମରଣିକା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଉପାଦେୟ ଲେଖା ତୁରନ୍ତ ସଂଗ୍ରହ କରିବା, ସଂପୃକ୍ତ ଲେଖକ ମାନଙ୍କ ସହିତ ଯୋଗାଯୋଗ କରିବା, ବାର୍ତ୍ତା ଓ ବିଜ୍ଞାପନ ସଂଗ୍ରହ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା । ସ୍ମରଣିକାର କଭର୍ ପେଜ୍ କିପରି ଆହୁରି ଆକର୍ଷଣୀୟ ହୋଇପାରିବ ସେ ନେଇ ସ୍ମରଣିକା କମିଟିର ସଭ୍ୟ ମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ୨ଠ୨୫ ମସିହାରେ ବଲାଙ୍ଗୀର ମାଟିର କିଛି ସୁନାମଧନ୍ୟ ଦିବଙ୍ଗତ ବ୍ୟକ୍ତିବିଶେଷଙ୍କ ସଂପର୍କରେ ସାମ୍ୟକ ସୂଚନା ସମ୍ବଳିତ ଲେଖା ସ୍ମରଣିକାରେ ସ୍ଥାନୀତ କରାଯିବାକୁ ନିଷ୍ପତ୍ତି ହୋଇଥଲା । ସ୍ମରଣିକାକୁ କିପରି ସଠିକ ସମୟରେ ତଥା ସର୍ବାଙ୍ଗସୁନ୍ଦର ଭାବରେ ପ୍ରକାଶନ କରାଯାଇ ପାରିବ ସେନେଇ ସମସ୍ତଙ୍କ ମିଳିତ ସହଯୋଗ କାମନା କରିଥଛନ୍ତି ସ୍ମରଣିକା କମିଟିର ସହଅଧ୍ୟକ୍ଷ ସନ୍ଦୀପ କୁମାର କୁଅଁର ଓ ମହେନ୍ଦ୍ର କୁମାର ଦର୍ଜି । ଏହି ପ୍ରସ୍ତୁତି ବୈଠକରେ ସ୍ମରଣିକା କମିଟି ସଭ୍ୟ ନାଟ୍ୟଭୂଷଣ ଜଗଦାନନନ୍ଦ ଛୁରିଆ, ରଘୁ ନନ୍ଦନ ସିଂହ, ବି.ଏନ୍ ଶ୍ରୀକାନ୍ତ, ଡ. ଲକ୍ଷ୍ମଣ ମେହେର, ଜ୍ୟୋତିରଂଜନ ମିଶ୍ର, ବାଳକୃଷ୍ଣ ଷଡଙ୍ଗୀ, ମଳୟାନନ୍ଦ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Post a Comment

Previous Post Next Post