ଆଦିମ ଜନଜାତି

 🩷*ଆଦିମ ଜନଜାତି*💚



✒️ଦାର୍ଶନିକ:- ଅଧମ ନିଲେଶ 

ଜିଲ୍ଲା ବଲାଙ୍ଗିର,ଓଡିଶା ପଦେଶ 

ଥାନା ଅଟେ ତୁଷୁରା ସହର 

767046 ଡାକଘର ପିନ୍ ନମ୍ୱର 


ଆଦିମ ପିତା ଆଦିମ ମାତା,

ରକ୍ତେ ଗଢ଼ା ଜନଜାତି ।

ମନ ତନ ଧନ ଗୁଣ ମିଶି,

ଆଦିରୁ ଆମ ସଂସ୍କୃତି ॥


ସୂର୍ଯ୍ୟ ଚନ୍ଦ୍ର ଏକ ପିଣ୍ଡେ,

କାଳେ ଥିଲେ ସହଜନୀ ।

ଚନ୍ଦ୍ର ମାମୁଁ ପୃଥିବୀ ମାଆ,

ମାଟି ପୂଜା ଆଦି ଧର୍ମୀ ॥


ମାଟି ମାଆର ଭୂମି ପୂଜା,

ନଡ଼ା ପତ୍ରେ ଝାଟି ମାଟି ଘର ।

ବଣ ଫଳ,ମୂଲ ଖାଇ ଜୀବନ 

ସ୍ୱ କୁଟୁମ୍ବ ପାଲୁ ଥିଲା ତ ॥


ଚକା ଘୂରି ଯୁଗ ବଦଳି,

ଆଧୁନିକତା ଯୁଗ ଆସିଲା ।

ପୁରାତନକୁ ଭୁଲି ଯାଇ,

ବିଦେଶୀ ରୀତି ବାସିଲା ॥


ଆଦି ଅର୍ଥେ ଦୀନ ଜନ,

ଷଷ୍ଠି ଦୁଇ ଜନଜାତି ।

ଏକ ସୂତ୍ରେ ଏକ ମନ,

ଭାଇ ଭାଇ ଏକତା ନୀତି ॥


ଗାଁ ଶାସନ ଗାଁ ନ୍ୟାୟ,

ସ୍ୱ ଫୈସଲା ସ୍ୱ ଅଧିକାର ।

ଜମି,ପାଣି,ପବନ ବନ,

ପ୍ରକୃତି ହିଁ ଆମ ଆଧାର ॥


ଶାସ୍ତ୍ର କହେ ପ୍ରକୃତି ଗୁରୁ,

ଆଦିମ ଜନ ଜାଣିଥିଲେ ।

ନୀଳ ଆକାଶ ସପ୍ତ ରଙ୍ଗ,

ବିଜ୍ଞାନେ ମାପି ଦେଖିଲେ ॥


ଧ୍ୱନୀ କହେ ସ୍ପନ୍ଦନ ମୂଳ,

ଶବ୍ଦେ ଜନ୍ମେ ବିଶ୍ୱ ସାର ।

ନୀଳ ତରଙ୍ଗ ଚଞ୍ଚଳତା,

ନୟନେ ଆକାଶ ନୀଳ ଭାର ॥


ସପ୍ତରଙ୍ଗ ମିଶି ଯାହା,

ବାଘନି ରୂପ ଧାରେ ଧରା ।

ନୀଳ ରହସ୍ୟ ଗଭୀର ଶାନ୍ତ,

ଧ୍ୟାନେ ଦେଖେ ମୁନି ପୁରା ॥


ଧ୍ରୁବ ତାରା ଅଚଳ ଥାଇ,

ଦିଗ ଦେଖାଏ ପଥିକ ।

ନୀଳ ରାତିର ନୀରବତା,

ଶିଖାଏ ଜୀବନ ନୀତିକ ॥


ନୀଳ ଶ୍ୟାମ ଶ୍ରୀକୃଷ୍ଣ ରୂପ,

ଜଗତ ଧରେ ବଂଶୀଧ୍ୱନୀ ।

ରାମ ନାମେ ଶାନ୍ତି ପଥ,

ଧର୍ମ ଦୀପେ ଜ୍ୱଳେ ମୁନୀ ॥


ମୟୂର ପୁଚ୍ଛ ନୀଳ ହରିତ,

ଆଲୋକ ଖେଳ ଅଦ୍ଭୁତ ।

ବିଜ୍ଞାନ କହେ ବୀକିରଣ,

ଶାସ୍ତ୍ର କହେ ଦେବ ଗୁପ୍ତ ॥


ଇନ୍ଦିରା ଆବାସ ଆସିଲା,

ଶୀତ ଉତ୍ତାପ ରକ୍ଷା ପାଇଁ ।

କିନ୍ତୁ ପ୍ରକୃତି କଟି ଯାଇ,

ବିଷ ଉଜାଡି ଦେଲା ଭାଇ ॥


ଇଟା ପଥର ଲୋହା ସିମେଣ୍ଟ,

କେଉଁଠୁ ଆସି କେଉଁଠି ।

ବନ ଭାଙ୍ଗି ପାହାଡ଼ ଖୋଦି,

ବିଷ ଭରିଲେ ସବୁଠି ॥


ଭୋଟ ବାକ୍ସ ପାଇଁ ଆମକୁ,

ମଦ ନୋଟେ ବାନ୍ଧିଲେ ।

ଅଧିକ ବିଷ ବର୍ଜନ ବସ୍ତୁରେ 

ଆକାଶ ମାଟି ଜାଳିଲେ ॥


ଆଦିମ ଯୁଗେ ମାଟି ଘର,

ଝାଟି,ମାଟି ଖପର ତଲେ ।

ବାଆ ବତାସ ନିଆଁ ସହ,

ଭୟ ନାହିଁ ଆଦିମ ମନେ ॥


ହେ ଆଗାମୀ ପିଢ଼ି ଶୁଣ,

ବିଜ୍ଞାନ ଦର୍ଶନ ଏକ ଜାଣ ।

ଆଦିମ ବୁଦ୍ଧି ପ୍ରକୃତି ପଥ,

ମନୁଷ୍ୟକୁ କରେ ମହାନ ॥


ନୀଳ ହେଉ ଶାନ୍ତି ବାଣୀ,

ଧ୍ରୁବ ସମ ଧର ନୀତି ।

ଆଦିମ ଜନଜାତି ଚିନ୍ତା,

ଭବିଷ୍ୟତର ଆଲୋକ ଦୀପ୍ତି ॥


🙏 ପରି ସମାପ୍ତ 🔥

Post a Comment

Previous Post Next Post