ନୀଳପିଣ୍ଡ,ଆଦି ଶାସନ ନୀତି

ନୀଳପିଣ୍ଡ,ଆଦି ଶାସନ ନୀତି

ଅଧମ ନିଲେଶ କୁମାର 


ଓଁ ଧ୍ୱନି ମୂଳ,ହିଁ ଜୀବନ,

    ଅ,ଆ,ଇ,ଈ ଜ୍ଞାନ ll 

କ,ଖ,ଗ,ଘ,ଙ, ଏ ପାଞ୍ଚ 

   ବ୍ୟଞ୍ଜନେ ଗଢ଼େ ଗୁଣ ll 

ହଳନ୍ତ,ଚନ୍ଦ୍ରବିନ୍ଦୁ,ବିସର୍ଗ 

    ଅକ୍ଷରେ ଆଦି ଶୟ ll 


ନୀଳ ରଙ୍ଗ ହିଁ ଦର୍ଶନ,

    ନୀଳେ ତପ ଚିନ୍ତନ ।l 

ସପ୍ତ ରଙ୍ଗ ଏକ ଧାର,

   ନୀଳେ ମହା ଭାବ ସାର ।l 

ମନ,ଚକ୍ଷୁ,ପିଣ୍ଡ ମେଳ,

  ନୀଳ ଖୋଲେ,ନିଜେ ଖୁଜ ll 


କନ୍ଧ କାନ୍ଧେ ଶାସନ ଭାର,

  ବାନ୍ଧେ ସମାଜ ଆଚାର ll 

ଦେହେରୀ, ଝାଙ୍କର ଆଦିଗାଁ,

   ଗଉଁତିଆ ଜାଣ ମୁଖିଆ  ll 

ପଞ୍ଚାୟତି ପଞ୍ଚ ମତ,

    ପଞ୍ଚ ପାଠ୍ୟ ଶାସନ ତତ୍ତ୍ୱ ll 


ଗଣ୍ଡୱାନା ଆଦି ଧରା,

  ଆଦିବାସୀ ତାହାର ପରା ll 

ହିମାଳୟ ଉତ୍ତର ସୀମା,

  କନ୍ୟାକୁମାରୀ ଦକ୍ଷିଣ ଧୀମା ll 

ପୂର୍ବେ ବଡ଼ଦାଣ୍ଡ ଗାଥା,

    ପଶ୍ଚିମେ ଦ୍ୱାରିକା ପଥା  ll 


ପଞ୍ଚ ଜାତି, ପଞ୍ଚ ବର୍ଗ,

   ରକ୍ତ କୋଷ ଏକ ମାର୍ଗ ll 

ଶୀତଳ,ଉଷ୍ମ ଭେଦ ଗାଉ 

   'ମାନବତା"ଏକ ହେଉ ll 

ନୀଳ ପିଣ୍ଡ ଆଦି ନୀତି,

   ଏକତାରେ ମୋକ୍ଷ ପ୍ରୀତି ll 

Post a Comment

Previous Post Next Post