꧁𓆩❤️ 𓆪 *ଗଣିତଜ୍ଞ ଶ୍ରୀ ରାମାନୁଜ* 𓆩❤️𓆪꧂
ରଚକ:-ଅଧମ ଭାବୁକ ନିଲେଶ
ଗଣିତଜ୍ଞ ଶ୍ରୀ ରାମାନୁଜ
ଜୀବ ନିର୍ଜୀବ ଦେହ ଭିତରେ,
ବ୍ରହ୍ମ ତତ୍ତ୍ୱ ନିରବ ବସେ ।
ଦୃଶ୍ୟ ଅଦୃଶ୍ୟ ସୂତ୍ର ଧରି,
ଶୂନ୍ୟ ମଧ୍ୟରେ ସତ୍ୟ ହସେ ॥
ସଂଖ୍ୟା ନୁହେଁ କେବଳ ଗଣନା,
ଏହା ବ୍ରହ୍ମର ଗୁପ୍ତ ଧ୍ୱନି ।
ଅଙ୍କ ଅକ୍ଷର ମିଶି ଗଢ଼େ,
ଚେତନାର ଶାଶ୍ୱତ ବାଣୀ ॥
ପଥର ଦେହେ ନିରବ ପ୍ରାଣ,
ଲତାପତ୍ରେ ଲୁଚିଛି ଜ୍ଞାନ ।
ଜୀବ ନିର୍ଜୀବ ଏକ ସୂତ୍ରେ,
ବ୍ରହ୍ମ ହେଉଛି ସମାନ ॥
ଶୂନ୍ୟ ଭିତରେ ଅନନ୍ତ ଖେଳ,
ଅନନ୍ତ ମଧ୍ୟେ ଶୂନ୍ୟ ବାସ ।
ଏହି ରହସ୍ୟ ଦେଖିଥିଲେ,
ରାମାନୁଜ ଦିବ୍ୟ ପ୍ରକାଶ ॥
ଦେବତା ସହ ଆଲୋଚନାରେ,
ସୂତ୍ର ଆସିଲା ମନ ମଝିରେ ।
ଭକ୍ତି ବିଜ୍ଞାନ ଏକାକାର,
ଜ୍ଞାନ ଜ୍ଵାଳିଲା ହୃଦୟ ଫର୍ଦ୍ଦେ ॥
ଅଙ୍କରେ ଦେଖି ବ୍ରହ୍ମ ମୁହଁ,
ଭୟ କଲେନି ଲୋକ ହାସ ।
ସତ୍ୟ ପଥରେ ଅଟୁଟ ରହି,
କଲେ ଜ୍ଞାନକୁ ଆଲୋକବାସ ॥
ଜୀବନ ନୀତି ଏହି ଶିକ୍ଷା,
ବିଜ୍ଞାନ ଭକ୍ତି ଭିନ୍ନ ନୁହେଁ ।
ସତ୍ୟ ଖୋଜିଲେ ମନ ଭିତରେ,
ବ୍ରହ୍ମ ଦୂରେ କେବେ ରହେ ନାହିଁ ॥
ଭକ୍ତି, ବିଜ୍ଞାନ ଓ ନୀତି,
ଯେହ୍ନେ ଏକାତ୍ମ ହୁଏ l
ମାନବ ଜୀବନ ସତ୍ୟ ପଥେ
ଅନନ୍ତ କାଳ ଆଗେଇଯାଏ ll
ନିଲେଶ ଆଙ୍କି ଶବ୍ଦ ଅସ୍ତ୍ରେ,
ଜ୍ଞାନ, ଗଣିତ ମନ ମଣି ।
ଗଣିତଜ୍ଞ ଶାସ୍ତ୍ରୀ ରାମାନୁଜ,
ଅଙ୍କେ ଗାଇଲେ ବ୍ରହ୍ମ ବାଣୀ ॥
