( ପଞ୍ଚ ଜୈନ୍ୟ )
ରଚକ:- ଅଧମ ଭାବୁକ ନିଲେଶ
ଜୀବେ ନିର୍ଜୀବେ ଏକଇ ତତ୍ତ୍ୱ,
ଶୂନ୍ୟେ ଝଙ୍କାର ବ୍ରହ୍ମ ଧ୍ୱନି ।
ଦେହ ମଣ୍ଡଳେ ଚେତନ ଦୀପ,
ମାଟିରେ ମଧ୍ୟ ଜ୍ଞାନ ଧନି ॥
ପଞ୍ଚ ଭୂତରେ ଗଢ଼ା ଶରୀର,
ପଞ୍ଚ ପ୍ରାଣରେ ଚଳେ ଲୟ ।
ଅଣୁ,ପରମାଣୁ ନୃତ୍ୟ କରେ,
ବିଜ୍ଞାନ କହେ ଏକ ଭୟ ॥
ଜଳେ ଅଗ୍ନିର ଶକ୍ତି ଲୁଚି,
ବାୟୁ ଧାରେ ଜୀବନ ତନ୍ତୁ ।
ଆକାଶେ ଶବ୍ଦ ବ୍ରହ୍ମ ଲୀନ,
ପୃଥିବୀ ଧରେ ସୃଷ୍ଟି ସେତୁ ॥
ଜୀବ ଭାବେ ଯେ ମୁଁ ଅଲଗା,
ନିର୍ଜୀବେ ଭାବେ ମୁଁ ଶୂନ୍ୟ ।
ତତ୍ତ୍ୱ ଜ୍ଞାନେ ଭଙ୍ଗେ ଭ୍ରମ,
ସବୁଠି ବ୍ରହ୍ମ ଏକ ଅନ୍ୟ ॥
ନୀତି କହେ ସମତା ପଥ,
ବିଜ୍ଞାନ କହେ ସମ ନୀତି ।
ଗବେଷଣାରେ ସିଦ୍ଧ ହୁଏ,
ଏକଇ ସତ୍ୟ ରହେ ସ୍ଥିତି ॥
ପଞ୍ଚ ଜ, ପଞ୍ଚ ପ, ପଞ୍ଚ ଙ,
ପଞ୍ଚ ଭାବରେ ଶବ୍ଦ ମାଳା ।
ଅକ୍ଷର ମଧ୍ୟେ ଜ୍ଞାନ ଲୁଚି,
ସରସ୍ୱତୀ ହେ ଦୟାଳା ॥
ଓଁ, ଅଂ, ଅଃ ଶ୍ୱାସ–ନିଶ୍ୱାସ,
ଲିପିରେ ଲିପି ବ୍ରହ୍ମ ଚିହ୍ନ ।
ପଞ୍ଚାକ୍ଷରେ ସମାପ୍ତ ପଥ,
ଶାନ୍ତିରେ ମିଳେ ସିଦ୍ଧ ଚିନ୍ତନ ॥