ବଲାଙ୍ଗିର ଜିଲ୍ଲା ପାଟଣାଗଡ ପ୍ରେସ କ୍ଲବର ବାର୍ଷିକ ସାଧାରଣ ପରିଷଦ ସଭା ପାଟଣାଗଡ ସ୍ଥିତ ରାମପୁର ରାଧା ମାଧବ ସ୍ୱାମୀ ଫାର୍ମ ହାଉସ ଠାରେ ସଭାପତି ଅଜିତ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସଭାପତି ଭାବରେ ଅଜିତ କୁମାର ପୁରୋହିତ କାର୍ଯ୍ୟତୁଲାଇ ଥିବାବେଳେ ନୂତନ ଭାବରେ ଯୁବ ସାମ୍ବାଦିକ ଭୋଜରାଜ ଦଣ୍ଡସେନା ଙ୍କୁ ସମସ୍ତ ସଭ୍ୟ ଙ୍କ ଅନୁମତି ରେ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଉପ ସଭାପତି ଭାବେ ପୁର୍ଣ୍ଣ ଶଶୀ ଶେଖର ରାଓ, ଜପିନ୍ଦ୍ର ସୁନା, ଅଜିତ୍ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ କୋଷାଧ୍ୟକ୍ଷ ଭାବରେ ଦୀପକ ଖମାରୀ ଙ୍କୁ ଚୟନ କରାଯାଇଛି ।ଏହି ବୈଠକରେ ନୂତନ ଭାବରେ ଆଠ ଜଣ ସାମ୍ବାଦିକଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇ ସାମିଲ କରିବା ସହ କାର୍ଯ୍ୟକ୍ରମ କୁ ଆଗେଇ ନିଆଯାଇଥିଲା। ପରେ ବିଭିନ୍ନ କାର୍ୟ୍ଯ ପନ୍ଥା ଉପରେ ଆଲୋଚନା କରାଯାଇଥିଲା। ବର୍ତମାନ ଯୁଗରେ ଅନ୍ୟାୟ, ଅତ୍ୟାଚାର ଏବଂ ଦୁର୍ନୀତି ବିରୁଦ୍ଧରେ ଚତୁର୍ଥ ସ୍ତମ୍ଭର ଗଣମାଧ୍ୟମ ସାମ୍ବାଦିକ ମାନେ ଦିନରାତି ପରିଶ୍ରମ କରି ଖବର ସଂଗ୍ରହ ଏବଂ ପରିବେଷଣକୁ ନେଇ ଆକ୍ରମଣ ଉପରେ ଆଲୋଚନା ହୋଇଥିଲା l ଆଗାମୀ ଦିନରେ ପ୍ରେସ କ୍ଳବ ତରଫରୁ ଚକ୍ଷୁ ପରୀକ୍ଷା, ହେଲଥ କେମ୍ପ ଇତ୍ୟାଦି ସମାଜ ସେବା କାମ କରିବାକୁ ସମସ୍ତ ସଦସ୍ୟ ମାନେ ମତାମତ ଦେଇଥିଲେ l ଆଇନ ଉପଦେଷ୍ଟା ଭାବେ ଡିଙ୍ଗର କୁମ୍ଭାର କୁ ସାମିଲ କରିଥିବା ବେଳେ ଆଇନ ପରାମର୍ଶ ଦାତା ଭାବେ ପଙ୍କଜ ଆର ପଢିଆରୀ, ସୌମେନ୍ଦ୍ର ପରିଛା, ବାସୁଦେବ ପାଢ଼ୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା l ଅଭିନାଶ ବିଶ୍ଵାଲ,ଭୋଜରାଜ ଦଣ୍ଡସେନା, ପୂର୍ଣ୍ଣ ଶଶୀଶେଖର ରାଓ,ଉମେଶ ଦଣ୍ଡସେନା, ସୁଶୀଲ କୁମାର ବେହେରା, ଶତ୍ରୁଘନ ନାଏକ, ରୁପେନ୍ଦ୍ର ମୁଣ୍ଡା, ଶିରୀଶ ଖମାରୀ, ପଲସି ବରିହା, ସନ୍ତୋଷ ପୁଟେଲ ,ବିଭୁତି ଭୂଷଣ ବଡୁ, ପ୍ରଦୀପ ପୁରୋହିତଙ୍କ ସମେତ 30 ଜଣ ସାମ୍ବାଦିକ ଯୋଗ ଦେଇଥିଲେ l
