ଜ୍ଞାନାଲୋକ

 ꧁𓆩❤️ 𓆪 *ଜ୍ଞାନାଲୋକ* 𓆩❤️𓆪꧂

 ବନିତା ରଚକ:-ଅଧମ ଭାବୁକ ନିଲେଶ 

ଜୀବେ ଜ୍ଵଳେ ଉର୍ଜାଶକ୍ତି,

ନିର୍ଜୀବେ ଗୁପ୍ତ ଗତି ।

ଦେହ ମନ ଏକ ତନ୍ତ୍ର,

ଜ୍ଞାନ ହେଉଛି ଜ୍ଵତି ॥


ତପ ଚରିତ୍ର ଜ୍ଞାନ ଦର୍ଶନ,

ଚାରି ପାଦ ସାଧନା ।

ଏହି ପଥେ ଚାଲି ଋଷି,

ଲଭିଲେ ବ୍ରହ୍ମଜ୍ଞାନା ॥


ମଣ୍ଡୁକ କହେ  ଓଁକାର,

ଚେତନାର ମୂଳ ।

ଜାଗ୍ରତ ସ୍ୱପ୍ନ ସୁଷୁପ୍ତି,

ତୁରୀୟେ ଶାଶ୍ୱତ ଫଳ ॥


ଅନୁଭୂତି ଅନୁମାନ,

ଅନୁଶାସନ ଯୋଗ ।

ଦେହ ହେଲା ତପଯନ୍ତ୍ର,

ମନ ହେଲା ପ୍ରୟୋଗ ॥


ମସ୍ତିଷ୍କ ମଧ୍ୟେ ଜ୍ଞାନାଲୋକ,

ଉର୍ଦ୍ଧ୍ୱମୁଖୀ ହୁଏ ।

ଧୀଶକ୍ତିର ଯାନେ ଚଢ଼ି,

ଅଣୁ ବ୍ରହ୍ମ ଖୋଲେ ॥


ଶ୍ଳୋକ ହେଲା ସୂତ୍ର ତତ୍ତ୍ଵ,

ଶାସ୍ତ୍ର ହେଲା ଗଣିତ ।

ଯାହା ଦେଖି ବିଜ୍ଞାନ,

ପାଇଲା ନୂତନ ଦୃଷ୍ଟି ॥


ଯାହା ନାହିଁ ଭାରତେ,

ତାହା ନାହିଁ କେଉଁଠି ।

ଏହି ବାଣୀ ଶତାବ୍ଦୀ,

ସତ୍ୟ ହୋଇଛି ପ୍ରତି ॥


ଉତ୍ତରେ କାଶୀ ଜ୍ଞାନଧାମ 

ହିମାଳୟ ଶକ୍ତି ।

ଦକ୍ଷିଣେ କାଳୀ ରୂପ,

ତପର ମହାଭକ୍ତି ॥


ପୂର୍ବେ ଜଗନ୍ନାଥ ଚେତନା,

ପଶ୍ଚିମେ ଦ୍ଵାରିକା ।

ଭାରତ ମାତା ଦେହଟି,

ଜ୍ଞାନର ମହାଶିଖା ॥

ଜୀବ,ନିର୍ଜୀବ ଏକତା,

ବିଜ୍ଞାନ ଦର୍ଶନ ।

ଉପନିଷଦ ଓ ଯୁଗଧର୍ମ,

ଏକେ ମହାସନ୍ଧାନ ॥

 -:ସମାପ୍ତ:-

Post a Comment

Previous Post Next Post