ଶୁକ୍ରା ଚାର୍ଯ୍ୟ ଓ ସଂଜୀବନୀ ବିଦ୍ୟା

 ଶୁକ୍ରା ଚାର୍ଯ୍ୟ ଓ ସଂଜୀବନୀ ବିଦ୍ୟା


ଲେଖକ:-ଅଧମ ଭାବୁକ ନିଲେଶ



ଅସୁର ଗୁରୁ ଶୁକ୍ରା ଚାର୍ଯ୍ୟ,
          ଭୃଗୁ ୠଷି ନନ୍ଦନ ମୁନି l
ଅଥର୍ବ ବେଦ ବାୟୁ ଜନ୍ମି ବେତ୍ତାଲ,
         ମନ୍ତ୍ରର ସେ' ଗୁପ୍ତ ଧ୍ଵନୀ ll

ମୃତ୍ୟୁର ନୃତ୍ୟ ଶୁକ୍ରା ଦେଖି,
         ରଣ ଭୂମିରେ ଝଙ୍କାରେ l
କରୁଣା ଜଗିଲା ପ୍ରାଣେ ତାଙ୍କ,
        ଅସୁର ଚିତ୍ତ ବିଯୁକ୍ତେ ଭିଜେ ll

ନିଜ ତନୁ ଉଲଟା ତପରେ,
       ଶ୍ୱାସକୁ ବନ୍ଧି କରି ନେଇ l
ଧୁମ୍ର,ପାନେ ଆତ୍ମ ଦେହ ଧରି,
        ନିଜ ଜୀବନକୁ ଜୟ କରି  ll

ସହସ୍ର ବର୍ଷର ମୌନ ବ୍ରତେ,
      ଏକାଗ୍ର ଚିତ୍ତେ କରି ଧ୍ୟାନ l
ଶିବ ତତ୍ତ୍ୱ ଜାଗି ଉଠେ ପ୍ରାଣେ,
       ଭସ୍ମ ହୁଏ ଅଜ୍ଞାନ ମରଣ ll

ଶିବ ଶଙ୍କର କହିଲେ ହେ!“ଶୁକ୍ର!,
         ଜାଣ ଏହି ତତ୍ତ୍ୱ ଜ୍ଞାନ ସାର l
ମୃତ୍ୟୁ ମିଥ୍ୟା, ଜୀବନ ମଧ୍ୟ ମିଥ୍ୟା
        ସତ୍ୟ ଅଟେ ବ୍ରହ୍ମ ଏକାର  ll

ଏହି ବୋଧରୁ ଉଦ୍ଭବ ହେଲା
       ମହାସଞ୍ଜୀବନୀ ମନ୍ତ୍ର ବିଦ୍ୟା l
ଦେହ ନୁହେଁ,ଚେତନା ହିଁ ଅଟେ
     ଅମର ଆଧାର ହିଲଙ୍ଗ,କ୍ଲିଂ ସିଧା  ll

ଦେବତା,ଆବତା ଭୟ କଲେ,
         ଅମୃତ ଅପୂର୍ଣ୍ଣ ପବନ ବ୍ରହ୍ମ l
ସାବିଦ୍ୟା, ଆବିମୁକ୍ତ ଜୟ କରେ
        ସେ ତନୁ ଜନ୍ମେ ଅନନ୍ତ ଜନ୍ମ ll

ବୃହସ୍ପତିଙ୍କ ପୁତ୍ରଅଟେ କଚ,
          ନମ୍ର, ଭାବ ଶିଷ୍ୟ ରୂପେ l
ଶୁକ୍ର ଆଚର୍ଯ୍ୟ ପାଦ ଧୂଳି ଧରି,
         ରହିଲେ ଗୁରୁ ସମୀପେ ll

ଶଙ୍କର ତିନିଥର ମୃତ୍ୟୁ ଦେଲେ
         ଅସୁର ଦୁର୍ବୁଦ୍ଧି କୁ ସଂହାରି l
ତିନିଥର ଉଠିଲେ ନିଜ ଚିତ୍ତେ କଚ ,
        ଗୁରୁ କୃପା ବୃଦ୍ଧି,ବହନ କରି ll

ଏ ଧାମେ ଆତ୍ମ ଶିକ୍ଷା ଜାଗେ
      ବିଦ୍ୟା ଚୋରା ନୁହେଁ କେବେ l
ସ୍ନେହ,ଶ୍ରଦ୍ଧା ଓ ସେବା ବିନା,
    ସତ୍ୟ ଜ୍ଞାନ କେବେନ ମିଲେ  ll

ପାଉଁଶ ମଧ୍ୟ ମଦ୍ୟପ ହେଲା,
     ଶୁକ୍ର ଗୁରୁ ପେଟେ ପଡ଼ି ରହି l
ଶିଷ୍ୟ ଗୁରୁ ଭିତରେ ଆତ୍ମିକ ଭାବ
   ଅଦ୍ଭୁତ ଧର୍ମ ଅମାଉନ ସଂଯୁକ୍ତ ଗଢ଼ି  ll

ଅସୁର ଗୁରୁ,ଶୁକ୍ର ଚିନ୍ତା କଲେ
     କେଁ ହିଁ ଅଟେ ଧର୍ମ ସତ୍ୟା ସତୀ l
ଗୁରୁ ପ୍ରାଣ,ମୁରତି କି ଶିଷ୍ୟ ଜ୍ଞାନ
     କେଉଁଟି ଅନନ୍ତ ଅଟେ ସେହି ? ll

ପେଟ ଭିତରୁ ଉଚ୍ଚରିଲା ମହା ମନ୍ତ୍ର
      ତ୍ର ରୁ ଜଜାମହେ ସଞ୍ଜୀବନୀ l
ଦେହ ମରେ,ସାବିଦ୍ୟା ରହେ, ରୁହେ
   ଏ' ହିଁ ଉପନିଷଦୀୟ ମହାବାଣୀ ll

ଶିଷ୍ୟ ନିଯୁକ୍ତେ,ଯୁକ୍ତିତର୍କ ସ୍ୱଭାବେ
     ଗୁରୁ ବଚନ ହିଁ କଣିକେ ଶାନ୍ତେ l
ପୁନଃ ମନ୍ତ୍ରେ ପଢି ଉଠିଲେ ଗୁରୁ
    ବ୍ରହ୍ମ ହେଲା, ହେବ ପ୍ରମାଣିତେ  ll

ଅଙ୍ଗିରସ ବିଦ୍ୟାରେ ହିଁ ସର୍ଣିହିତ,
       ମହା ଔଷଧ ଓ ମହାମନ୍ତ୍ର l
ଦେହ ହେଉଛି କେବଳ ପଞ୍ଚଭୂତ,
      ପ୍ରାଣ ହେଉଛି ଅମର ଯନ୍ତ୍ର  ll

ହନୁମାନ ଆଣିଲେ ସଂଜୀବନୀ
        ହିମ ପର୍ବତୁ ବିସଲ୍ୟା ସାଉଁଟି
ବିଦ୍ୟା ହେଲା,ହେଉଛି ପ୍ରତ୍ୟକ୍ଷ ଦର୍ଶୀ
   ଶାସ୍ତ୍ର ହେଲା ସତ୍ୟ,ମହାଅନୁଭୁତି ll

ଜୀବ ନିର୍ଜୀବ ଭେଦ ଭାବ ନାହିଁ,
       ଏକେ ସୂତ୍ର,ପବନ ତତ୍ତ୍ୱ ରୂପ l
ପବନ ପଥରେ ଯାହା ଦେଖି ହୁଏ
      ଦେହେ ତାହା ଜୀବନ ସ୍ୱରୂପ ll

ମୃତ୍ୟୁ କେବଳ ତନୁର ହିଁ ହୁଅଇ,
     ଆତ୍ମାର ନୁହେଁ ମରଣ ଓ ଶେଷ l
ବ୍ରହ୍ମ ଯେହ୍ନେ ଜାଗ୍ରତ ବିଜୁଳୀ ଶକ୍ତି
    ତେହିଁ ନାହିଁ ଦୁଃଖ,କ୍ଷୟ,କ୍ଲେଶ  ll

ଶୁକ୍ର ଆଚାର୍ଯ୍ୟ ଶିଖାଇଲେ ଜଗତକୁ,
      ଏ'ଗଭୀର ଜ୍ଞାନ,ତତ୍ତ୍ୱ,ଆଦର୍ଶ
ବିଦ୍ୟା ଯଦି ପଞ୍ଚତତ୍ତ୍ଵ ଧର୍ମ ସହିତେ
   ସେ'ବିଦ୍ୟା ହିଁ ବ୍ରହ୍ମ ସତ୍ୟ ଅନନ୍ତ ll

ଜୀବ,ନିର୍ଜୀବ ଏକ ଶବ୍ଦ ଓଁକାର,
      ନିରାକାର ଏକ ଧ୍ୱନୀ ମଧ୍ୟରେ l
ମୃତ୍ୟୁସଞ୍ଜୀବନୀ କହିଲା,କହିବ ମଧ୍ୟ
  “ତୁମେ ନମରି ତୁମେ କର୍ମ 

Post a Comment

Previous Post Next Post