꧁𓆩❤️ 𓆪ପାପ ଓ ପୁଣ୍ୟ 𓆩❤️𓆪꧂
ରଚିତ:- ଭାବୁକ ଅଧମ ନିଲେଶ
ବାଣୀ କ୍ଷେତ୍ର, ଭୁବନେଶ୍ୱର
ଜୀବ,ନିର୍ଜୀବ ମୂଳେ,
ଆବେଗାତ୍ମାକ ନିଲେଶ l
ପାପ,ପୁଣ୍ୟ ଅନ୍ତରେ,
ବ୍ରହ୍ମ ଓ ତତ୍ତ୍ଵ ନିର୍ଲେପ ll
ଦେହ ଜୀବ ନିର୍ଜୀବେ,
ବସେ ଏକ ବ୍ରହ୍ମ ଜ୍ୟୋତି ।
କର୍ମ ରଙ୍ଗେ ରଞ୍ଜିତ,
ହୁଏ ପାପ ପୁଣ୍ୟ ଗତି ॥
ଜାଣି ନଜାଣି ଯେ କର୍ମ,
ମନ ହୁଏ ତାହା ମୂଳ ।
ଲୋଭ ଦ୍ୱେଷ ଅହଙ୍କାରେ,
ପାପ ଗଢ଼େ ଭବ ଜାଳ ॥
ମିଛ କଥା ହିଂସା ବେଦନା,
ଅନ୍ୟାୟ ଅତ୍ୟାଚାର ।
ଅନ୍ଧ ବୃଦ୍ଧ ଅବହେଳା,
ପାପ ଲେଖେ ଅନ୍ତଃସାର ॥
ନାରୀ ଅପମାନ ଯେ କରେ,
ଭୁଲେ ବ୍ରହ୍ମ ଦର୍ଶନ ।
ନିଜ ଧର୍ମ ତ୍ୟାଗ କଲେ,
ନଶେ ମାନବ ଚେତନ ॥
ସେବା ଦୟା କ୍ଷମା ଧୈର୍ଯ୍ୟ,
ପୁଣ୍ୟ ହୁଏ ମହାଧନ ।
ଗୁରୁ ପିତା,ମାତା ସେବା,
ଦେଉଛି ବ୍ରହ୍ମ ଜ୍ଞାନ ॥
ବୃକ୍ଷ ରୋପଣ ପରିବେଶ,
ଶିଶୁ ବୃଦ୍ଧ ସମ୍ମାନ ।
ସମାଜ ମଙ୍ଗଳ ଭାବନା,
ପୁଣ୍ୟ ପଥର ପ୍ରମାଣ ॥
ନିରାମିଷ ସତ୍ୟ ଚରଣ,
ଭଗବତ୍ ପ୍ରେମ ଲୟ ।
ଜ୍ଞାନ ଦୀପେ ଆଲୋକିତ,
ମିଟେ ପାପ ଅଭୟ ॥
କଳିଯୁଗେ ବଢ଼ିଛି ପାପ,
ପୃଥିବୀ ହୁଏ ଭାର ।
ମନୁଷ୍ୟ ହାତେ ନିୟନ୍ତ୍ରଣ,
ଏହି ସୃଷ୍ଟି ସଂସାର ॥
ପାପ ପୁଣ୍ୟ ନୁହେଁ ବ୍ରହ୍ମ,
ବ୍ରହ୍ମ ଶୁଦ୍ଧ ନିର୍ମଳ ।
କର୍ମ ଫଳେ ବନ୍ଧେ ଜୀବ,
ମୁକ୍ତି ଜ୍ଞାନେ ସଫଳ ॥