ସମସ୍ୟା

 ଦୁନିଆ ଅଟେ ହିଁ ସମସ୍ୟାମୟୀ, 

        ମନ ସଦା ରୁହେ ବିବ୍ରତ,

ବିବ୍ରତ ମନ ହିଁ ଡୋଳାଏ ଚିନ୍ତକ 

        ଜଗତେ ସମସ୍ୟା ଅନରତ ll 


ନିଜ ଦୁଃଖ ଦେଖି ସଭିଏଁ ଭାବୁ

       ମୋ' ପାଇଁ ଅଛି ହିଁ ସର୍ବାଧିକ,

ଅନ୍ୟ ସର୍ବେ ସବୁ ସୁଖୀ ବୋଲି, 

       ନିଜ ଭାବନା ହୁଏ ଅନ୍ଧକ l୧l 


ପଞ୍ଚ ଆଙ୍ଗୁଠେ ବର୍ଷ ତଲେ ମଧ୍ୟ 

      ଏପରି ଅନେକ ସମସ୍ୟା ଥିଲା,

ଆହୁରି ଶତସହସ୍ର ବର୍ଷ ଆସିଲେବି 

      ଏ'ସମସ୍ୟା ଆଗକୁ ମଧ୍ୟ ଥିବ ll 


ଅତୀତେ ଲଢ଼ି ଆମେ କଳିଙ୍ଗ ବୀର 

      ବିଜୟୀ ରଚି ଗଙ୍ଗା,ଗୋଦାବରୀ 

ଭୟକୁ ଜୟ ଆମେ ନିଜ ରକ୍ତ ସାଥେ

   ରକ୍ତ ରଞ୍ଜିତ ଦୟାନଦୀ ସାକ୍ଷୀ l୨l 


ଦୁନିଆଁ ହିଁ ସର୍ବଦା ସମସ୍ୟା ବହୁଲ 

       ଅନିର୍ବାର୍ଯ୍ୟ ପରିବର୍ତ୍ତନଶୀଳ,

କେହି କିଛିବି ନୁହେଁ ଏଠି ଚିରସ୍ଥାୟୀ

      ସମୟ ସ୍ରୋତରେ ସବୁ ଅଚଳ ll 


ଆଜିର ସମସ୍ୟା କାଲି ରହେ ନାହିଁ,

      ସମୟ ଧାରେ ସବୁ ମିଟି ଯାଏ 

 ଗଳିଯାଏ ସହଜେ ସମସ୍ୟା ମାନ 

     ଆପ୍ରାଣ ଚେଷ୍ଟିତ ମାନବ ମସ୍ତିକେ l୩l 


ସଫଳତା ଜନମ ନେଇ ଥାଏ ପୁଣି 

      ଆତ୍ମବିଶ୍ୱାସ ଜ୍ଞାନ,ଆଲୋକେ,

ବିଫଳତା ଦେଇ ଥାଏ ଅନେକ ଶିକ୍ଷା

    ହାରାସ ଅନ୍ତେ ହିଁ,ଅମୃତ ମୟେ ll 

 

ଟିକି ସାହସ,ଟିକି ଉତ୍ସାହ ଆଣେ 

        ଟିକି ବିଶ୍ୱାସେ ହିଁ ଅନିର୍ବଳ,

ପ୍ରାର୍ଥନା ଗଢ଼େ,ନିଜ ମନେ ଆତ୍ମବଳ, 

    ଆସ୍ଥା ହୁଏ ପ୍ରକଟ,ଲଭି ଆକାଶ l୪l 


ନ ଶରୀର ଆମେ,ନ ମନ,ମଧ୍ୟେ 

       ନବୁଦ୍ଧିର ପରିଚୟ ନଅବକାଶ,

ବ୍ରହ୍ମ ଚେତନାର ଅଣୁ ମିଶିଲା ଯାଏଁ 

       ତହିଁ ହିଁ ହୁଏ ସତ୍ୟର ଆଶ୍ରୟ ll 


ଜୀବ-ନିର୍ଜୀବ ସବୁ ଦେହେ,ଦେବତା 

     ଏକେ ତତ୍ତ୍ୱରେ ହୁଏ,ଆଲୋକିତ,

ନିଜକୁ ଚିହ୍ନିଲେ ଭାଙ୍ଗେ ପରିକଳ୍ପନା 

    ସମସ୍ୟାର ଆଲୋକ,ହୁଏ ଦୂର 







ରଚିତ:-ଅଧମ ଭାବୁକ ନିଲେଶ 

ବାଣୀ କ୍ଷେତ୍ର, ଭୁବନେଶ୍ୱର

🎓 କିଟ୍ & କିସ୍ କ୍ୟାମ୍ପସ – ୧୦

Comments