ବଲାଙ୍ଗିର;୦୮/୧୨ (ମୋର୍ ଖବର) ବଲାଙ୍ଗିର ରେ ଭୟାବହ ଅଗ୍ନିକାଣ୍ଡ।
ଦିନର ଦୁଇପହର ଥୂ ଜଳି ପୁଡି ଛାରଖାର ହେଇଗଲା ବଲାଙ୍ଗିର ପୁରୁଣା ସରକାରୀ ବସ୍ ଷ୍ଟାଣ୍ଡ ପାଖେ ଥିବାର ଫଳ ବଜାର। ପାଖାପାଖୂ ୫୦ ନୁ ବି ଅଧୂକା ଦୋକାନ ପୁଡି ଯାଇଥିବାର ସୂଚନା । ଫଳ ବ୍ୟବସାୟୀ ଙ୍କର ଲକ୍ଷାଧିକ ଟଙ୍କା ର ଫଳ କ୍ଷତି। ଖବର ପାଇ ଘଟଣା ସ୍ଥଳରେ ବଲାଙ୍ଗିର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କେ ଆୟତ କରବାର କେ ଚେଷ୍ଟା କରିଥିଲା । ପାଖାପାଖୂ ୪ ଟା ଦମକଳ ଗାଡ଼ି ନିଆଁ ଲିଭା କାମ ରେ ନିୟୋଜିତ ଥିଲେ । ନିଆଁ କେ ଆୟତ୍ତ କରବାର ସମିୟା ଭିତରେ ସବୁ ଜଳି ପୁଡି ହେଇଯାଇଥିଲା ଛାରଖାର। ଅଗ୍ନିକାଣ୍ଡ ପରେ ଫଳ ଦୋକାନୀ ଙ୍କର ଭିତରେ ଅସନ୍ତୋଷ ହେଇ ଉତେଜନା ଦେଖବାର କେ ମିଲିଥିଲା । ଦୋକାନୀ ମାନେ ରାସ୍ତା ରେ ବସି କ୍ଷତିପୂରଣ ଦାବି କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ । ଘଟଣା ସ୍ଥଳରେ ବଲାଙ୍ଗିର ଏସପି,ବଲାଙ୍ଗିର ଜିଲ୍ଲାପାଳ ଓ ପୌରାଧ୍ଯକ୍ଷା ଲିକା ସାହୁ ଉପସ୍ଥିତ ଥିଲେ । ପରେ ଘଟଣା ସ୍ଥଳରେ ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜି ପାଣିଗ୍ରାହି ବି ପହଞ୍ଚି ଲୋକଙ୍କର ସାଙ୍ଗେ ଆଲୋଚନା କରିଥିଲେ । ପୂର୍ବତନ ବିଧାୟକ ନରସିଂହ ମିଶ୍ର ବି ପହଞ୍ଚି ୧ ଲକ୍ଷ୍ୟ ଟଙ୍କା ର କ୍ଷତି ପୂରଣ ଦାବି କରିଥିଲେ । ଫଳ ଦୋକାନୀ ଙ୍କର କହିବାର ଅନୁସାରେ ସଟ୍ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଛେ । ଅଗ୍ନିକାଣ୍ଡ ରେ କାହାର ଜିବନ ହାନି ନାଇ ହେଇ । ଅଗ୍ନିକାଣ୍ଡ ରେ ଗୁଟେ ମଟରସାଇକେଲ ପୁଡି ନଷ୍ଟ।
