କାର ଓ ପିକ୍‌ଅପ୍‌ ମୁହାଁମୁହିଁ: ଫରେଷ୍ଟରଙ୍କ ମୃତ୍ୟୁ


 ପାପଡ଼ାହାଣ୍ଡି ( ମୋର ଖବର)

ପାପଡ଼ାହାଣ୍ଡି ବ୍ଲକ ଡ଼େଙ୍ଗାଗୁଡ଼ା ଛକ ନିକଟ ଭାରତମାଳା ରାସ୍ତାରେ ଆଜି ଅପରାହ୍‌ଣରେ ଏକ ଛାତିଥରା ଦୁର୍ଘଟଣା ଘଟିଛି। କାର ଓ ପିକ୍‌ଅପ୍‌ ମୁହାଁମୁହିଁ ଧକ୍କାରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଫରେଷ୍ଟର ଓ ପିକ୍‌ଅପ୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି।ନବରଙ୍ଗପୁର ଜିଲ୍ଲା ଝରିଗାଁ ରେଞ୍ଜର ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି ଓ ତନୁଜ କୁମାର ପରିଛା ଏବଂ ଉମରକୋଟ ରେଞ୍ଜର ଫରେଷ୍ଟର କାମାକ୍ଷ ପ୍ରସାଦ ସ୍ବାଇଁ ଏକ କାର (ଙଊ୨୪ଉ୧୯୫୦)ରେ ଉମରକୋଟରୁ ବାହାରି ଭାରତମାଳା ରାସ୍ତା ଦେଇ ଫରେଷ୍ଟର ତାଲିମ ସକାଶେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଯାଉଥିଲେ। ଭାରତମାଳା ରାସ୍ତା ଡ଼େଙ୍ଗାଗୁଡ଼ା ନିକଟରେ ସାମନାପଟୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ସହ ମୁହାଁମୁହାଁ ଧକ୍କା ହୋଇଥି

Post a Comment

Previous Post Next Post