୧ କ୍ଵିଣ୍ଟାଲ ୬୭ କେଜି ଗଞ୍ଜେଇ ସହ ୨ ଗିରଫ; ଇଣ୍ଡିଗୋ କାର ଜବତ



 


ହର ଙ୍କ ଆଗମନ ପରେ ହରଗୋୖରୀ ମଣ୍ଡପରେ ଦର୍ଶନ ଦେଲେ ଯୁଗଳମୂର୍ତ୍ତୀ (09-Oct-2025) || ଇ ସି ମେମ୍ବର ଓ ଜି ପି ଏଲ ଏଫ ସଭ୍ୟା ଙ୍କ ବକେୟା ଥିବା ପ୍ରୋତ୍ସାହନ ରାଶି ତଥା ପାଉଣା ପାଇବା ସକାଶେ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ (09-Oct-2025) || ଇ ସି ମେମ୍ବର ଓ ଜି ପି ଏଲ ଏଫ ସଭ୍ୟା ଙ୍କ ବକେୟା ଥିବା ପ୍ରୋତ୍ସାହନ ରାଶି ତଥା ପାଉଣା ପାଇବା ସକାଶେ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ (09-Oct-2025) || କଦମପଡା ଶିଶୁମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଓ ସେବା ଦିବସ ପାଳନ (09-Oct-2025) || *ପୀତବାସ ପଣ୍ଡା ହତ୍ୟା ପ୍ରତିବାଦ ରେ ଜିଲ୍ଲାରେ କୋର୍ଟ କାର୍ଯ୍ୟ ଠପ୍* (09-Oct-2025) || ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ଅଙ୍ଗାଳୋ ସରପଞ୍ଚ (09-Oct-2025) || *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛ ଭାରତ ଦିବସ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ* - *ଖାଦ୍ୟ ପରଶିବା ସହ ସ୍ୱଚ୍ଛସାଥିଙ୍କ ସହ ଭୋଜନ କଲେ ଜିଲ୍ଲାପାଳ ଓ ଏସପି (09-Oct-2025) || ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କ ବଡ଼ଭାଇଙ୍କ ଦେହାନ୍ତ (08-Oct-2025) || ୧ କ୍ଵିଣ୍ଟାଲ ୬୭ କେଜି ଗଞ୍ଜେଇ ସହ ୨ ଗିରଫ; ଇଣ୍ଡିଗୋ କାର ଜବତ (08-Oct-2025) || ରାତ୍ର ଜଗୁଆଳ-ଝାଡୁଦାର ନିଯୁକ୍ତିରେ ଅନିୟମିତତା -ସ୍କୁଲରେ ତାଲା ପକାଇଲେ ଏସ୍‌ଏଚ୍‌ଜି ମହିଳା (08-Oct-2025) || ଜିଲ୍ଲା ଯାଦବ ମହାସଭାର ବାର୍ଷିକ ଉତ୍ସବ । (08-Oct-2025) || ଅମିୟ ହେଲେ ବିଜେଡି ର ସେଣ୍ଟ୍ରାଲ ଜୋନ ସୋସିଆଲ ମିଡିଆ ସଂଯୋଜକ (08-Oct-2025) || ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ବିଶ୍ବ ବନ୍ୟ ପ୍ରାଣୀ ସପ୍ତାହ ପାଳିତ*-- *ପ୍ରାକୃତିକ ବିପର୍ଯ୍ୟୟ କୁ ରୋକିବାକୁ ହେଲେ ଜଙ୍ଗଲ ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେବା* - *ଜିଲ୍ଲାପାଳ*- (08-Oct-2025) || ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ର ଶୁଭାରମ୍ଭ (08-Oct-2025) || ବ୍ରହ୍ମପୁର ର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ଙ୍କୁ ଗୁଳି କରି ହତ୍ୟା ଘଟଣା: ଆଜି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଦିନିକିଆ କଲମ ଛାଡ ଆନ୍ଦୋଳନ (08-Oct-2025) || ଓଡ଼ିଶା ଆଇନଜୀବୀ ପରିଷଦର ଡାକରା କ୍ରମେ ଲୋଇସିଂହା ଓକିଲ ସଂଘ ପକ୍ଷରୁ ଦିନିକିଆ କଲମ ଛାଡ ଆନ୍ଦୋଳନ (08-Oct-2025) || *୭୨ ବର୍ଷୀୟ ସାଇକଲ ଆରୋହୀ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା*- (08-Oct-2025) || ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ ପାଳନ (08-Oct-2025) || ୨୮ତମ ସଦାଇପାଲି ଗଜଲକ୍ଷ୍ମୀ ପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ (08-Oct-2025) || ଯୁବ ସାମ୍ବାଦିକ ମାଧବ ଠାକୁର ଙ୍କ ବିୟୋଗରେ ସାରା ଅଞ୍ଚଳ ସ୍ତବ୍ଧ । (08-Oct-2025) ||     


HOME ଜିଲ୍ଲା


୧ କ୍ଵିଣ୍ଟାଲ ୬୭ କେଜି ଗଞ୍ଜେଇ ସହ ୨ ଗିରଫ; ଇଣ୍ଡିଗୋ କାର ଜବତ

08-Oct-2025



୧ କ୍ଵିଣ୍ଟାଲ ୬୭ କେଜି ଗଞ୍ଜେଇ ସହ ୨ ଗିରଫ; ଇଣ୍ଡିଗୋ କାର ଜବତ

facebook sharing buttontwitter sharing buttonwhatsapp sharing buttonmessenger sharing buttonsharethis sharing button


ସୁବର୍ଣ୍ଣପୁର, (ପ୍ରେରଣା ଖବର) (ମନୋରଂଜନ ତ୍ରିପାଠୀ ) ପୋଲିସ ଜାଲରେ ଫସିଲା ଗଞ୍ଜେଇ ମାଫିଆ l ସୋନପୁର ବ୍ଲକ ବୁରୋମୁଣ୍ଡା ଠାରେ କରିଥିବା ଗଞ୍ଜେଇ ଗୋଦାମ ରେ ଚଢ଼ାଉ କଲା ସୋନପୁର ପୋଲିସ l ଜିଲ୍ଲା ଆରକ୍ଷୀ ଅଧିକାରୀ ନାରାୟଣ ନାୟକ ଙ୍କ ସୂତ୍ରରୁ ପ୍ରକାଶ ଯେ ଗତକାଲି ସକାଳ ୧୦.୩୦ ସମୟରେ ସୋନପୁର ଥାନାର ଏକ ଟିମ୍ ଏସଆଇ ଦୀପ୍ତି ରଞ୍ଜନ ଦିଗାଲ ଙ୍କ ନେତୃତ୍ବରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଏକ ଧଳା ରଙ୍ଗର ଇଣ୍ଡିଗୋ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଉକ୍ତ ଗାଡିର ସନ୍ଧାନ ପାଇ ତାର ପିଛା କରିଥିଲେ l ଉକ୍ତ ଗାଡି ସୋନପୁର-ବଲାଙ୍ଗିର ରାସ୍ତାର ହରାଡଖୋଲ ଗ୍ରାମ ଦେଇ ବୁରୋମୁଣ୍ଡା ଗ୍ରାମକୁ ଦ୍ରୁତ ଗତିରେ ପଳେଇ ଥିବା ବେଳେ କୌଶଳ କ୍ରମେ ପୁଲିସ ଟିମ ତାହାର ପିଛା କରିଥିଲେ l ସେହି ଗାଡିଟି ବୁରୋମୁଣ୍ଡା ଗୁଲୁ ସାହୁଙ୍କ ଗୋଦାମ ଘରକୁ ଯାଇ ସେଠାରେ ଗାଡିରୁ ଗଞ୍ଜେଇ ବସ୍ତା ଓଲ୍ଲାଇ ଗୋଦାମ ଭିତରେ ଦୁଇ ଜଣ ଲୋକ ରଖୁଥିବା ବେଳେ ସେମାନଙ୍କ ଠାରୁ ୨ ଟି ବସ୍ତାରେ ଥିବା ୫୧ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ଇଣ୍ଡିଗୋ ଇସିଏସ କାର ନଂ ଓଡି୩୧-୫୯୫୫ କୁ ଜବତ କରାଯିବା ସହ ଡ଼୍ରାଇଭର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ମାର୍ଡୋଲ ଗ୍ରାମର ବିଶିକେଶନ୍ ଭୋଇ (୪୫) ଓ ବୁରୋମୁଣ୍ଡା ଗ୍ରାମର ଗୌରୀଶଙ୍କର ମଲ୍ଲିକ (୪୦) ଙ୍କୁ ସୋନପୁର ପିଏସ କେସ ନଂ ୨୫୦/ତା ୦୭.୧୦.୨୫U/s-20(b) (ii)C/25/29 ଏନଡ଼ିପିଏସ ଆକ୍ଟ ଅନୁସାରେ ଗିରଫ କରାଯାଇ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି l ପ୍ରଥମ କେସର ତଦନ୍ତ ସାରି ପୁଲିସ ଟିମ ଅଭିଯୁକ୍ତ ମାନଙ୍କୁ ଧରି ବୁରୋମୁଣ୍ଡା ଗ୍ରାମରୁ ବାହାରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଲା ଯେ ଉକ୍ତ ଅଭିଯୁକ୍ତ ଗୌରିଶଙ୍କର ମଲ୍ଲିକ ଯାହାର ଘର ଉକ୍ତ ଗୁଲୁ ସାହୁ (ଦେବେନ୍ଦ୍ର) ର ଗୋଦାମ ଘର ସାମନାରେ ଅବସ୍ଥିତ ଏହି ଘରେ ଗୌରିଶଙ୍କର ଓ ଗୁଲୁ ସାହୁ ମିଶି ଆହୁରି ଗଞ୍ଜେଇ ବେଆଇନ ଭାବେ ରଖିଛନ୍ତି l ଏହି ଖବର ପାଇ ପୁଲିସ ଟିମ ସାକ୍ଷୀ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଘରର ଏକ କୋଠରୀରୁ ୧ କ୍ଵିଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ କରିଥିଲେ l ଏ ନେଇ ଅଧିକ ତଦନ୍ତ ଚାଲିଥିଲା ବେଳେ ପୋଲିସ୍ ସ୍କାନର ରେ ବର୍ତ୍ତମାନ ଫେରାର ଥିବା ମାଫିଆ ବୁରୋମୁଣ୍ଡା ର ଗୁଲୁ ସାହୁ l ଏ ନେଇ ଏକ ମାମଲା ସୋନପୁର ପିଏସ କେସ ନଂ ୨୫୧/ତା ୦୭.୧୦.୨୫ U/s-20(b) (ii)C/29 ଏନଡ଼ିପିଏସ ଆକ୍ଟ ଅନୁସାରେ ଅନ୍ୟ ଏକ କେସ ରୁଜୁ କରାଯାଇ ମାମଲା ତଦନ୍ତ ଧୀନ ଥିବା ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ l

Post a Comment

Previous Post Next Post