ସମ୍ବଲପୁର;୨୫/୧୦(ମୋର୍ ଖବର) ମା ର ଯନ୍ତ୍ରଣା ସହି ନାଇପାରି ଶେଷ କେ ନିଜର ଜୀବନ ହରିଦେଲା ପୁଅ । ବଲାଙ୍ଗିର ମହାଲକ୍ଷ୍ମୀ ନଗର ର ସୌରଭ ସମ୍ବିତ ତ୍ରିପାଠୀ ଗଲା ଦୁଇଦିନ ହେଲା ବୁର୍ଲା ଡ଼ାକ୍ତରଖାନା ରୁ ନିଖୋଜ ଥିଲେ । ଇ ଖବର ଟା ଚାରିଆଡ଼େ ପ୍ରସାରିତ ହେଇଥିଲା । ଆର୍ ଆଜି ସକାଲୁ ୨୨ ବର୍ଷୀୟା ଭେଣ୍ଡିଆ ପିଲା ସୌରଭ ସମ୍ବିତ ତ୍ରିପାଠୀ ଙ୍କର ମଲା ଦେହେ ଚିପଲିମା ପାୱାର ହାଉସ୍ ପାଖର କେନାଲ ରୁ ଅଗ୍ନିଶମ ବାହିନୀ ଆର୍ ପୋଲିସ ଉଦ୍ଧାର କରିଛେ । ବୁର୍ଲା ପାୱାର କେନାଲ କେ ଡେଗି କରି ଜୀବନ ହାରିଛନ ସମ୍ବିତ।
ଘଟଣା ପଛାଡେ ରହିଛେ ଲୋମଟାଙ୍କୁରା କାହାଣୀ । ମା କିଡନୀ ରୋଗ ରେ ପୀଡ଼ିତ ହେଇ ନିଜର ଜୀବନ ସାଙ୍ଗେ ସଂଗ୍ରାମ କରୁଥିଲେ । କିନ୍ତୁ ମା ଙ୍କର କଷ୍ଟ କେ ସହି ନାଇପାରି ନିଜର ଜୀବନ କେ ହାରିଦେଲେ ପୁଅ । ଜୀବନ ହାରବାର ଆଗରୁ ମା ଙ୍କର ମୋବାଇଲ କେ ଶେଷଥର ଲାଗି କରିଥିଲେ ମେସେଜ । ମେସେଜ ରେ ଯାହା ଥିଲା ସେଟା ସତ୍ ହେଇଗଲା । ସତ୍ କେ ସତ୍ କେନାଲ କେ ଡେଗି ଦେଇ ଆତ୍ମହତ୍ୟା କଲେ ଯୁବକ । ଇ ଘଟଣା ଟା ଏବେ ସାରା ସହର ରେ ଚାଞ୍ଚଲ୍ୟ ସୃଷ୍ଟି କରିଛେ । ଜେନ ସମିୟା ରେ ନିଜର ମା ବାପା ର ସାତ୍ ଦେବାର କଥା ସେ ସମିୟା ରେ ଧର୍ଯ୍ୟହରା ହେଇ ନେଇଗଲେ ଚରମ ନିଷ୍ପତି।
