କାରାଗାର ରେ ପୋଲିସର ଅତର୍କିତ ଚଢ଼ାଉ


 ବରଗଡ଼,୫।୧୦( ମୋର ଖବର) : ବରଗଡ଼ ଜିଲାର କାରାଗାର (ଜେଲ୍) ଗୁଡିକରେ ରବିବାର ସକାଳୁ ପୋଲିସ୍ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ବରଗଡ଼ ଏସପି ପି.ଏସ୍ ମୀନାଙ୍କ ତତ୍ତ୍ବାବଧାନରେ ବରଗଡ଼ କାରାଗାର ସମେତ ପଦ୍ମପୁର ଏବଂ ସୋହେଲା ଉପ କାରାଗାରରେ ଏହି ଚଢାଉ ହୋଇଥିଲା। ଚଢ଼ାଉରେ କାରାଗାର ଭିତରୁ ବିଭିନ୍ନ ତମାଖୁ ସାମଗ୍ରୀ ଅର୍ଥାତ୍ ଭାଙ୍ଗ, ବିଡି ଏବଂ ଦିଆସିଲି ଆଦି ଜବତ ହୋଇଛି। ଜବତ ସାମଗ୍ରୀକୁ ନଷ୍ଟ କରି ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments