ନୂଆଦିଲ୍ଲୀ – ବୁଧବାରରେ ସଂସଦର ବିଭିନ୍ନ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ନାମକୁ ଘୋଷଣା କରାଯାଇଛି । ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସିଲେକ୍ଟ କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଏହା ସହ ସେ ପୁନର୍ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ମଧ୍ୟ ସ୍ଥାନ ପାଇଛନ୍ତି ।
ଭର୍ତ୍ତୁହରି ଅର୍ଥ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ସପ୍ତଗିରି ଉଲ୍ଲାକାଙ୍କୁ ଗ୍ରାମ୍ୟ ଉନ୍ନୟନ କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ସାସଂଦ ସୁକାନ୍ତ ପାଣିଗ୍ରାହୀ କୃଷି,ପ୍ରାଣୀ ସମ୍ପଦ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିରେ ସ୍ଥାନପାଇଛନ୍ତି । ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟାରେ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା କମିଟି ସହ ସାର ଓ ରସାୟନ କମିଟିରେ ସମ୍ୱିତ ପାତ୍ର ସ୍ଥାନ ପାଇଛନ୍ତି ।