ଜୀବିତ ସ୍ତ୍ରୀଙ୍କୁ ମୃତ କହି ଗ୍ରାମବାସୀଙ୍କ ଦ୍ୱାରା ଶୁଦ୍ଧିକ୍ରିୟା କଲା ସ୍ୱାମୀ

ଜଗସିଂହପୁର : ମେଡ଼ିକାଲରେ ଜୀବିତ ସ୍ତ୍ରୀଙ୍କୁ ମୃତ କହି ଗ୍ରାମବାସୀଙ୍କ ଦ୍ୱାରା ଶୁଦ୍ଧିକ୍ରିୟା କଲା ସ୍ୱାମୀ। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା ଥାନା ଗରାମ ପଞ୍ଚାୟତର ଚଂରପୁର ଗ୍ରାମରେ। ଚଂରପୁର ଗ୍ରାମର ସତ୍ୟ ବ୍ରତ ଦାସଙ୍କ ସ୍ତ୍ରୀ ମିନତି ଦାସ ୬ ମାସ ତଳେ ଘରେ ପଡ଼ିଯିବାରୁ ତାଙ୍କର ଚଟୁଆ ଖସିଯାଇଥିଲା। ଖବର ପାଇ ସ୍ୱାମୀ ଭୁବନେଶ୍ୱରରୁ ଗାଁକୁ ଆସି ତାଙ୍କୁ କଟକ ବଡ଼ ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରିଥିଲେ। ହେଲେ ୨ ମାସ ପରେ ସ୍ବାମୀ ଗାଁକୁ ଆସି କହିଥିଲା ସ୍ତ୍ରୀ ମିନତି ମରିଯାଇଛନ୍ତି। ଏପରିକି ଜ୍ଞାତିକୁଟୁମ୍ବଙ୍କୁ ଡାକି ଶୁଦ୍ଧିକ୍ରିୟା ବି କରିଦେଇଥିଲା। ମିନତି ପାଉଥିବା ଅନ୍ତୋଦୟ ଚାଉଳ ବି ସ୍ବାମୀ ନେଇଯାଇଥିଲା। ମେଡ଼ିକାଲରେ ଭର୍ତ୍ତି ସମୟରେ ମନ୍ଦ ଉଦେଶ୍ୟ ରଖି ସ୍ତ୍ରୀ ମିନତିଙ୍କ ନାମ ଭୁଲ ବି ଦର୍ଶାଇଥିଲା ସ୍ବାମୀ। ଏବେ ମିନତି ନିରାଶ୍ରୟ ରୋଗୀ ଭାବେ ଚିକିତ୍ସିତ ହେଉଛନ୍ତି। ସତ୍ୟବ୍ରତଙ୍କ ୪୦ ବର୍ଷର ପୁଅ ବି ରହିଛି। ସତ୍ୟବ୍ରତ ଅନ୍ୟ ଜଣଙ୍କୁ ବିବାହ କରି ଭୁବନେଶ୍ବରରେ ରହୁଥିବା କୁହାଯାଉଛି। ଏହି ଘଟଣାକୁ ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Post a Comment

Previous Post Next Post