କୋଶଲି ଭାଷା କେ ଅଷ୍ଟମ ସୂଚୀରେ ମାନ୍ୟତା ଲାଗି ଜୋର୍ ଧରଲା ଆନ୍ଦୋଲନ

ସୋନପୁର;୨୫/୦୯(ମୋର୍ ଖବର) କୋଶଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ମାନ୍ୟତା ସହ ଜାତୀୟ ଶିକ୍ଷାନୀତି ୨୦୨୫ ମଧ୍ୟରେ ସାମିଲ କରିବାକୁ ମଙ୍ଗଳବାର ବିନିକା ଅଞ୍ଚଳର କୋଶଲି-ସମ୍ବଲପୁରୀ ଭାଷା ପ୍ରେମୀମାନେ ବିନିକା ତହସିଲଦାର ଭସ୍ନା ଭୋଇଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ବିନିକା ଯୋଗେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅଞ୍ଚଳର ଶତାଧୂକ ଭାଷାପ୍ରେମୀ ଉପସ୍ଥିତ ସହ ନିଜ ଅଞ୍ଚଳର ମାତୃଭାଷାକୁ ଆଗେଇ ନେବାକୁ ବକ୍ତବ୍ୟ ରଖୁଥିଲେ। ଯୋଗେଶ୍ବର ମନ୍ଦିରରୁ ଏକ ପଟୁଆରରେ ବାହାରି ତହସିଲ ଅଫିସ୍‌ରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଅଖୋଜ ପାଣ୍ଡ, ରଞ୍ଜନ ସା, ରସିକ ସାହୁ, କୃଷ୍ଣଚନ୍ଦ୍ର ବାରିକ, ସଂଗ୍ରାମ ଶେଖର ହୋତା, ମଗଶିର ମହାକୁର, ଟଙ୍କଧର ବାରିକ, କନ୍ଦର୍ପ ସା, ପଦ୍ମନାଭ ମହଲା, ଦେବାର୍ଚ୍ଚନ ସାହୁ, କିଶୋର ମହାକୁର, ଭୁବନ କର୍ଣ୍ଣ, କ୍ଷୀରସାଗର ବିଭାର, ଯଦୁମଣି କର୍ଣ୍ଣ, ବିନୋଦ ସୁନା, ସୀତାରାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post