ସାରର ଅଭାବୀ ବିକ୍ରି ପାଇଁ ଚାଷୀ ଙ୍କ ୫୭ ନମ୍ବର ରାଜ ପଥ ଅବରୋଧ

ସାର ର ଅଭାବ ଯୋଗୁଁ ଆଜି ସୁବର୍ଣ୍ଣପୁର ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବାଗଦୁଲି ଛକରେ ସକାଳ ୯ ଟା ରୁ ୧୨ ଟା ଯାଏ ଚାଷୀ ରାସ୍ତାରୋକ କରିଥିଲେ l ଯାହା ଫଳରେ କି ଉଭୟ ପଟେ ଶହ ଶହ ଯାନ ବାହନ ଅଟକି ରହିଥିଲା l ସୁବର୍ଣ୍ଣପୁର ଜିଲ୍ଲାରେ ବର୍ତମାନ ସାର ଅଭାବୀ ସହ ସାରର କଳା ବଜାରୀ ଦେଖିବାକୁ ମିଳିଛି l ୟୁରିଆ ବସ୍ତା ପ୍ରତି ସାତ ଶହରୁ ଆଠ ଶହ ଟଙ୍କା ବିକ୍ରି ଚାଲିଛି। କିନ୍ତୁ ବାରମ୍ବାର ଅଭିଯୋଗ ପରେ ବି କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବାରୁ ଆଜି ବାଧ୍ୟ ହୋଇ ସୋନପୁର ବ୍ଲକର ହଜାର ଚାଷୀ ଏକ ହୋଇ ସୁବର୍ଣ୍ଣପୁର ବଲାଙ୍ଗିର ମୁଖ୍ୟ ରାସ୍ତାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ l ପ୍ରଶାସନ ଚାଷୀ ପାଖକୁ ଆସିବ ସ୍ପଟ୍ ସମାଧାନ କରିବ, ଆମେ ଯିବୁନି ବାର ବାର ନେହୁରା ହେବୁନି ଓ ବାଗଦୁଲି, ଖମ୍ବେଶ୍ୱରୀ ପାଲି ଅଞ୍ଚଳରେ ବର୍ତ୍ତମାନ ୨୫ ଶହ ବସ୍ତା ସାର ଦରକାର ଥିବା ବେଳେ ଜିଲ୍ଲାକୁ ଆସିଛି ମାତ୍ର ୧୮୦ ବସ୍ତା ବୋଲି ଚାଷୀ ନେତା ସ୍ୱର ଉତ୍ତୋଳନ କରିଥିଲେ l ଚାଷୀଙ୍କ ପ୍ରତି ପ୍ରଶାସନ ଉପହାସ କରୁଛି ବୋଲି କହିଥିଲେ l କିନ୍ତୁ ଜିଲ୍ଲା କୃଷି ଅଧିକାରୀ ରୁଦ୍ରଦେବ ରାଉତ ସୂଚନା ଦେଇଛନ୍ତି ଯେ ଦୁଇ ଦିନ ତଳେ ୭୦୦ ମେଟ୍ରିକ ଟନ ସାର ଆସିଥିବା ବେଳେ ଆଜି ପୁଣି ୭୦୦ ମେଟ୍ରିକ ଟନ ୟୁରିଆ ଆସି ପହଞ୍ଚିଛି l ପ୍ରଥମ ରୁ ୧୩ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର ଆସିଥିଲା l ଏକ ସପ୍ତାହ ମଧ୍ୟରେ ସାର ସମସ୍ୟା ର ସମାଧାନ ହୋଇଯିବ l ପରେ କୃଷି ଅଧିକାରୀ, ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଚାଷୀ ସଂଗଠନକୁ ସାର ଯୋଗାଇବାକୁ ପ୍ରତିଶୁତି ଦେବା ପରେ ରାସ୍ତାରୋକ ହଟିଥିବା ଜଣାଯାଇଛି l

Post a Comment

Previous Post Next Post