ଫିଲ୍ମ ଷ୍ଟାଇଲରେ ଗାଡି ଦୁର୍ଘଟଣା, ପଲଟି ପରେ ପଲଟି ଦେଇ ଗାଡି ଚୁରମାର, ଅଳ୍ପକେ ବର୍ତିଲେ ଆରୋହୀ

( ମୋରଖବର ଉମେଶ ଦଣ୍ଡସନା- ସମ୍ପାଦକ ) ଡୁଙ୍ଗୁରିପାଲି:ବରଗଡ-ବୋରିଗୁମା୨୬ନମ୍ବର ଜାତୀୟ ରାଜପଥ ଚିନାଜୁରି-ଖୁଣ୍ଟପାଲି ମଝୀ ନେହେରୁ ନଗରଠାରେ ଗତକାଲି ଅପରାହ୍ନରେ ଏକ କାର ଦୁର୍ଘଟଣା ଘଟି ଚୁରମାର ହୋଇ ଯାଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ପ୍ରକାଶ ଯେ ୱେଷ୍ଟ ବେଙ୍ଗଲ ନମ୍ବର ଥିବା ଏକ କାର ଡବ୍ଲ୫୪ ପି ୦୪୦୦ ସମୟ ପ୍ରାତ ୨ଟା ପାଖାପାଖି ବରଗଡ ପଟରୁ ବଲାଙ୍ଗିର ଅଭିମୁଖେ ଯାଉଥିଲେ। ଗାଡିଟି ଚିନାଜୁରି ଅତିକ୍ରମ କରିବା ପରେ ନେହରୁ ନଗର ସମ୍ମୁଖରେ କୌଣସି କାରଣରୁ ଗାଡିଟି ରାସ୍ତାର ବାମପାର୍ଶ୍ବକୁ ଚାଲି ଯାଇଥିଲା। ଗାଡିଟି ଏତେ ଜୋରର ରେ ଆସୁଥୁଲା ଯେ ରାସ୍ତାର ବାମ ପାର୍ଶ୍ଵରେ ରାସ୍ତାରୁ ପ୍ରାୟ ୨୦ ମିଟର ହେବ ବାହାରୁ ଚାଲି ଯାଇ ଏକ ପଲଟି ଦେଇଥିଲା। ପୁଣି ସେଠାରେ ଆଉଥରେ ଓଲଟି ପଡି ଥିଲl। ରାସ୍ତାରୁ ପ୍ରାୟ ୫୦ ମିଟର ମଧ୍ୟରେ ଦୁଇଥର ଓଲଟି ପଡିଥିଲା। ଦୁର୍ଘଟଣା ପରେ ଖବର ପାଇ ଡୁଙ୍ଗୁରିପାଲି ପୁଲିସ ଗାଡିରେ ଥିବା ସମସ୍ତ ୩ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରି ଥିଲେ। ତିନି ଜଣ ହେଲେ ବରଗଡ ଜିଲ୍ଲା ଭଟଲି ଗ୍ରାମର ପ୍ରଭଞ୍ଜନ ନାଏକ(୩୮), ଭଟଲି ନିକଟସୁ ଖଲିଆପାଲି ଗ୍ରାମର ମନବୋଧ ଭୋଇ(୩୦) ଓ ଦିନବନ୍ଧୁ ନାଏକ ବୋଲି ଜଣା ପଡିଛି। ଡୁଙ୍ଗୁରିପାଲି ଡାକ୍ତରଖାନାରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ପରେ ବରଗଡ ଡାକ୍ତରଖାନାକୁ ସ୍ଥନାନ୍ତରିତ କରା ଯାଇଛି।

Post a Comment

Previous Post Next Post