ବେଲପଡା ବ୍ଲକ (ମୋରଖବର ଉମେଶ ଦଣ୍ଡସନା- ସମ୍ପାଦକ)
କଦଲି ଗ୍ରାମ ଶିକ୍ଷା ଅନୁଷ୍ଠାନରେ ପାଳିତ ହୋଇଯାଇଛି ଗୁରୁ ଦିବସ। ଏହି ଅବସରରେ ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରୁଥିବା ବେଳେ ଗୁରୁ ମାନେ ମଧ୍ୟ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ନେବା ପାଇଁ ସଂକଳ୍ପବଦ୍ଧ । ଗୁରୁଦିବସ ପାଇଁ ସମସ୍ତ ଶିକ୍ଷା ଅନୁଷ୍ଠାନରେ ଆଜି ଉତ୍ସାହର ମାହୋଲ । ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରି ଆସୁଛନ୍ତି ଦେଶବାସୀ । ଏହି ଅବସରରେ ବେଲପଡା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ମଧ୍ୟ ପାଳିତ ହୋଇଯାଇଛି ଗୁରୁ ଦିବସ।