ବଲାଙ୍ଗିର;୦୨/୦୯(ମୋର୍ ଖବର) ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଲିଶିରା ପଞ୍ଚାୟତ ଡେଙ୍ଗପଦର ଗାଁ ରେ ଚାଞ୍ଚଲ୍ୟ। ଘର୍ ଦୁଆରେ ପଡ଼ିଥିଲା ରକତ ସରସର୍ ମଲା ଦିହି। ମୃତକ ହେଲେ ମୁରିବାହାଲ ଥାନା ଡେଙ୍ଗପଦର ଗାଁ ର ସନ୍ତୋଷ ପରାଭୋଇ (୩୬) । ପରିବାର ଲୋକ କହିବାର ଅନୁସାରେ ସ୍ବାମୀ ସ୍ତ୍ରୀ ଭିତରେ ଝଗଡ଼ା ହେଇଥିଲା । ପରେ ମୃତକ ସନ୍ତୋଷ ପରାଭୋଇ ଙ୍କର ଚିତ୍କାର ଶୁଭିଥିଲା । ଚିତ୍କାର ସୁନିକରି ଘର୍ ପାଖର ଲୋକ ଆସି ଦେଖଲା ବେଲକେ ପେଟେ ଆଘାତ ହେଇ ଜୋର୍ ରେ ରକତ ବାହାରି ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଇଥିଲା । ଘଟଣା ପଛେ ସ୍ତ୍ରୀ ର ହାତ ଥୂବାର ନେଇ ଅଭିଯୋଗ କରୁଛନ୍ ପରିବାର ଲୋକ । ଖବର ପାଇ ପୋଲିସ ପହଞ୍ଚି ମୃତକ ଙ୍କର ସ୍ତ୍ରୀ କେ ପଚାର ଉଚରା କରବାର ନୁ ସେ ଅସୁସ୍ଥ ହେଇ ପଡ଼ିଥିଲେ । ତାହାକୁ ଟିଟିଲାଗଡ଼ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଛେ । ମୁରିବାହାଲ ପୋଲିସ ମଲା ଦିହି ଜବତ କରି ଘଟଣା ର ତଦନ୍ତ ଆରମ୍ଭକରିଛେ ।