ବିଦ୍ୟୁତ୍ ଆଘାତରେ ଜଣେ ମୃତ

ଡାବୁଗାଁ ( ମୋର ଖବର) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମାରେ ଥିବା ମୋଟରସାଇକେଲ ମରାମତି ଦୋକାନରେ କାମ କରୁଥିବା ଜଣେ ଯୁବକଙ୍କ ବିଦ୍ୟୁତ୍ ଆଘାତରେ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି l ସୂଚନାଯୋଗ୍ୟ:- ଉମରକୋଟ ଥାନା ଅଧୀନ ଧୋଡ୍ରା - ଭୀମାଗୁଡା ଗ୍ରାମର ଶିବୁ ହରିଜନ (୨୦) ଡାବୁଗାଁ ବ୍ଳକ ସଦର ମହକୁମାରେ ଥିବାଏକ ମୋଟରସାଇକେଲ ମରାମତି ଦୋକାନରେ ଅପରାହ୍ନ ୩ ଘ. ସମୟରେ କାମ କରୁଥିବା ସମୟରେ ହଠାତ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇ ପଡ଼ିଥିଲେ | ପଡୋଶୀ ଦୋକାନୀ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ସ୍ଵାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ l ଏହାପରେ ଯୁବକ ଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା | ସନ୍ଧ୍ୟାରେ ମୃତକର ସମ୍ପର୍କୀୟ ଲୋକେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ l ଏହା ପରେ ମୁତକ ର ବାପା ମଙ୍ଗୁଳୁ ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ମିଳିଛି |

Post a Comment

Previous Post Next Post