ନବରଙ୍ଗପୁର :(ମୋର ଖବର)
ଡାବୁଗାଁ ବ୍ଲକ ଅଧୀନ ନନ୍ଦପୁରା ଗ୍ରାମ ନିକଟ ସିଙ୍ଗାରୀ ନଦୀରୁ ଜଣେ ବୃଦ୍ଧା ଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି l ସୂଚନାଯୋଗ୍ୟ :- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ନନ୍ଦପୁରା ଗ୍ରାମର ରୁକୁଣା ଭତ୍ରା (୬୦) ଗତ ୨୪ ତାରିଖ ଦିନ ମଧ୍ୟାହ୍ନ ରେ ଗ୍ରାମ ପାଖ ସିଙ୍ଗାରୀ ନଦୀକୁ ଗାଧୋଇବା ପାଇଁ ଯାଇ ଆଉ ଫେରି ନ ଥିଲେ l ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ | ଶୁକ୍ରବାର ଦିନ ସକାଳେ ରୁକୁଣା ଙ୍କ ପୁଅ ବୁଦୁ ଭତ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ | ସେହି ସମୟରେ ନଦୀ କୂଳରେ ବୃଦ୍ଧାଙ୍କ ଶବ ଭାସୁଥିବା ଦେଖି ଗ୍ରାମ ବାସୀ ଙ୍କୁ ଖବର ଦେଇଥିଲେ l ଖବରପାଇ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପାଣିରୁ ଶବଟିକୁ ଉଦ୍ଧାର କରିଥିଲେ | ପରେ ମୃତକର ପୁଅ ମୃତଦେହ ଚିହ୍ନଟ କରିଥିଲେ l ଏନେଇ ମୃତକର ପୁଅ ବୁଦୁ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି l ଉକ୍ତ ଏତଲାକୁ ଭିତ୍ତି କରି ଶିଂସାରି ଫାଣ୍ଡି ଅଧିକାରୀ ହରିହର ଭତ୍ରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କ