ବଲାଙ୍ଗୀର (ମୋର ଖବର): ୨୦ ତାରିଖ ସମୟ ୨ ଟା ୩୦ ମିନିଟ୍ l ଦୁଇ ଜଣ ଯୁବକ ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ବିଭୂତି ପଡ଼ାର ବିନିତ ସେନ୍ (୨୦) ଓ ଗେଟ୍ ସରୋବର ପଡ଼ାର ମଣ୍ଟୁ କରନ(୨୬ ) ମିଳିତ ଭାବେ ଆସି ସ୍ଥାନୀୟ ଖଦାଲ ପଡାର ରାଜ ବେହେରାକୁ ତାର ଘର ସମ୍ମୁଖରେ ତାବଲିରେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳକୁ ଫେରାର୍ ମାରିଥିଲେ l ପୋଲିସର ସୂଚନା ମୁତାବକ ବିନିତ ତାର ଜନେ ସାଙ୍ଗ ମଣ୍ଟୁ କୁ ଧରି ମୃତ ରାଜ ର ଘରକୁ ଯାଇଥିଲା l ସେଠାରେ ରାଜ କୁ ଘର ଭିତରୁ ଡାକି ତାକୁ ଏହି ଦୁହେଁ ମିଶି ଆକ୍ରମଣ କରିଥିଲେ l ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାଜକୁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ତେବେ ଡାକ୍ତରଖାନାରେ ରାଜ ର ମୃତ୍ୟୁ ଘଟିଥିଲା l ଏହି ହତ୍ୟାକାଣ୍ଡ ଘଟଣା ର ୨୪ ଘଣ୍ଟା ପରେ ଆଜି ବଲାଙ୍ଗୀର ପୋଲିସ କୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି l ସୁଚନାରୁ ଜଣାଯାଇଛି ଯେ, ଗୋଟିଏ ଝିଅ କୁ ରାଜ ଓ ବିନିତ ଦୁହେଁ ଭଲ ପାଉଥିଲେ ଓ ଏହି ପ୍ରେମ ବ୍ୟାପାର ରୁ ହିଁ ଶତ୍ରୁତା ଓ ଶତ୍ରୁତା ହିଁ ହତ୍ୟାକାଣ୍ଡର ରୂପ ନେଇଥିବା ପୋଲିସ ସ୍ପଷ୍ଟ କରିଛି l ହତ୍ୟାକାଣ୍ଡରେ ସାମିଲ ବିନୀତ ଓ ମଣ୍ଟୁ ହତ୍ୟା କରିଥିବା ସ୍ବୀକାର ମଧ୍ଯ କରିଛନ୍ତି l ବଲାଙ୍ଗୀର ଟାଉନ୍ ଥାନାରେ ଗତକାଲି ମୃତ ରାଜ ଙ୍କ ମା ବାସନ୍ତୀ ବେହେରା ଙ୍କ ଲିଖିତ ଅଭିଯୋଗ କୁ ଆଧାର କରି କେଶ୍ ନମ୍ଵର୍ ୬୭/ ୨୦. ୦୯. ୨୦୨୫ ଦଫା ୧୦୩(୧), ୩,୫ ବି ଏନ୍ ଏସ୍ ରେ ଏକ ମାମଲା ରୁଜୁ ହୋଇ ଆଜି ଦୁଇ ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି