ଧାରଣାରେ ବସିଲେ ମିଶନ ଶକ୍ତି ମହିଳା

(ମୋରଖବର ଉମେଶ ଦଣ୍ଡସନା- ସମ୍ପାଦକ) ବେଲପଡା ବ୍ଲକ ଅଧୀନ ୨୯ଟି ପଞ୍ଚାୟତ ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ସିଆର୍‌ପି, ଏମବିକେ ଓ ବ୍ୟାଙ୍କ ମିତ୍ରମାନେ ମଙ୍ଗଳବାର ବିଭିନ୍ନ ଦାବି ନେଇ ବ୍ଲକ ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି କର୍ମଚାରୀମାନେ ଗତ ଏପ୍ରିଲରୁ ଦରମା ପାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ | ବିଶେଷକରି ସିଆର୍‌ପିମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ପୂର୍ବ ସରକାରଙ୍କ ନିର୍ଦ୍ଧାରିତ ଦରମାକୁ କାର୍ଯ୍ୟକାରୀ କରା ନ ଯିବା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ବିଷୟରେ ଧାରଣାରେ ବସିଥିବା ମିଶନ ଶକ୍ତିର ମହିଳାମାନେ । ସମ୍ପୃକ୍ତ ବିଭାଗର ବିପିଏମ୍ ଅନିରୁଦ୍ଧ ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା ୨୬୭୦ ତା୨୯/୦୩ ୨୦୨୫ରିଖ ଅନୁଯାୟୀ କାର୍ଯ୍ୟରତ ସିଆର୍‌ପିମାନଙ୍କୁ ମାସିକ ଦରମା ବଦଳରେ ଇନିସିଏଟିଭ ଆକାରରେ ପ୍ରାପ୍ୟ ଅର୍ଥ ଦେବାକୁ ନିର୍ଦ୍ଦେଶ ଆସିଛି। ଏହି ଧାରଣାରେ ସଭାପତି ଯୋଗ ଦେଇଥିଲେ।

Post a Comment

Previous Post Next Post